G-20 Summit: ଦେଶରେ ପ୍ରଥମ, ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ମିଡିଆ ସେଣ୍ଟରର ଶୁଭାରମ୍ଭ
🎬 Watch Now: Feature Video
Published : Sep 8, 2023, 10:40 PM IST
ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଦେଶର ଏହି ବଡ଼ ଇଭେଣ୍ଟକୁ କଭର୍ କରିବା ଲାଗି ସାରା ଦେଶରୁ ଓ ବିଦେଶରୁ ଭାରତ ଆସିଛନ୍ତି ଅନେକ ଗଣମାଧ୍ୟମ ପ୍ରତିନିଧି । ତେବେ ଭାରତ ସରକାରଙ୍କ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । କେନ୍ଦ୍ର ସରକାର ଏକ ମିଡିଆ ସେଣ୍ଟରର ବ୍ୟବସ୍ଥା କରିଛନ୍ତି । ଏଠାରେ ଜି-୨୦ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିପାରିବ ।
ଏଠାରୁ ଜି-୨୦ କାର୍ଯ୍ୟକ୍ରମକୁ ଲାଇଭ୍ ମଧ୍ୟ ଦେଖି ହେବ । ବିଶ୍ବର ଅନେକ ଦେଶରେ ଏହାର ପ୍ରସାରଣ ମଧ୍ୟ କରାଯିବ । ଏହାର ନାମ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର ବା ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ରଖାଯାଇଛି । ଏହାକୁ ମିନି ଇଣ୍ଡିଆର ରୂପ ଦିଆଯାଇଛି । ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଏଠାରେ ଇଣ୍ଟରନେଟ୍ କନେକ୍ଟିଭିଟି, ବ୍ରଡ୍ବ୍ୟାଣ୍ଡ୍ ସୁବିଧା, ମିଡିଆ ଲଞ୍ଚ୍ର ବ୍ୟବସ୍ଥା ହୋଇଛି ।
ମିଡିଆ ରିପୋର୍ଟ ଅନୁସାରେ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଗି ଏପରି ସୁବିଧା ଦିଆଯାଉନଥିଲା । ପ୍ରଥମ କରି ଭାରତରେ ମିଡିଆ ସେଣ୍ଟର ନାମରେ ଏହାର ଶୁଭାରମ୍ଭ ହୋଇଛି । ଏଠାରେ ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିବା ପ୍ରତିନିଧିଙ୍କ ସାକ୍ଷାତକାର ନେବା ଲାଗି ମଧ୍ୟ ସମସ୍ତ ବ୍ୟବସ୍ଥା ହୋଇଛି । ଏଥିଲାଗି ଛୋଟ ଛୋଟ ମିଡିଆ ବୁଥ୍ ରହିଛି । ଏଠାରେ ୩୦୦ ଲୋକ ଏକା ସାଙ୍ଗରେ ବସି ପାରିବେ । ମିଡିଆ ସେଣ୍ଟରରେ ଥିମରେ ମଧ୍ୟ ଭାରତର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି । ଏହାକୁ ତାମିଲନାଡ଼ୁ ଏକ ମନ୍ଦିର ଭଳି ରୂପ ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ