ETV Bharat / sports

PCBକୁ BCCIର କଡା ଜବାବ, ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲକୁ ନେଇ ICCକୁ ଉତ୍ତର ଦେଲା ଭାରତ - CHAMPIONS TROPHY 2025

ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିସିସିଆଇ ଆଗରେ ସର୍ତ ରଖିଲା ପିସିବି । ପ୍ରତ୍ୟାକ୍ଷାନ କଲା ଭାରତୀୟ କ୍ରିକେଡ କଣ୍ଟ୍ରୋଲ ବୋର୍ଡ ।

CHAMPIONS TROPHY 2025
CHAMPIONS TROPHY 2025 (Getty Images)
author img

By ETV Bharat Odisha Team

Published : Dec 5, 2024, 7:30 AM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପାକିସ୍ତାନରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦି ଚାମ୍ପିୟନ୍ସ ଟ୍ରଫି ହାଇବ୍ରିଡ ମଡେଲର ଅନୁଷ୍ଠିତ ହୁଏ, ତେବେ ଭାରତରେ ଆୟୋଜିତ ହେବାକୁ ଥିବା ସମସ୍ତ ଆଇସିସି ଇଭେଣ୍ଟ ମଧ୍ୟ ସମାନ ମଡେଲରେ ଅନୁଷ୍ଠିତ ହେବ ବୋଲି ସର୍ତ ରଖିଛି ପାକିସ୍ତାନ। ଏଥିରୁ ଜଣାପଡିଛି ଯେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ କଡା ଜବାବ ଦେଇଛି।

PCB କୁ ଭାରତର ଦୃଢ ଜବାବ:

ବିସିସିଆଇ ପ୍ରଥମରୁ ସ୍ପଷ୍ଟ କରି ଦେଇଛି ଯେ, ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ପିସିବି ଭାରତ ଦ୍ୱାରା ପ୍ରସ୍ତାବିତ ହାଇବ୍ରିଡ ମଡେଲ ଉପରେ ଏକ ସର୍ତ୍ତ ରଖିଛି। ଏହାକୁ ବିସିସିଆଇ ପ୍ରତ୍ୟାଖ୍ୟାନ କରିଥିଲା। ଖବର ରହିଛି ଯେ, ବିସିସିଆଇ କହିଛି ଭାରତରେ କୌଣସି ସୁରକ୍ଷା ସମସ୍ୟା ନାହିଁ ଏବଂ ଏଠାରେ ଆୟୋଜିତ ହେବାକୁ ଥିବା ଆଇସିସି ଇଭେଣ୍ଟ ଗୁଡିକ ପାଇଁ ହାଇବ୍ରିଡ୍ ମଡେଲ୍ ଗ୍ରହଣ କରିବାର କୌଣସି ପ୍ରଶ୍ନ ଉଠୁନାହିଁ। ବିସିସିଆଇ ଆଇସିସିକୁ ଏହା ସ୍ପଷ୍ଟ କରିଛି।

ଏହା ମଧ୍ୟ ପଢନ୍ତୁ-ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନ ଯିବନି ଭାରତ, ଜାଣନ୍ତୁ କେଉଁଠି ଖେଳାଯିବ ମ୍ୟାଚ ?

ଏହା ମଧ୍ୟ ପଢନ୍ତୁ-Champions Trophy: BCCIକୁ ମନାଇବାକୁ PCBର ଚାଲ୍‌, ଭାରତୀୟ ପ୍ରଶଂସକଙ୍କୁ ତ୍ବରିତ ଭିସା

ସ୍ଥାନ ପରିବର୍ତ୍ତନ କରନ୍ତୁ ନଚେତ ହୋଷ୍ଟିଂ ଛାଡନ୍ତୁ:

ଯଦି ପିସିବି ଆସନ୍ତା ବର୍ଷର ଆଇସିସି ଚାମ୍ପିୟନ୍ସ ଟ୍ରଫି ଉପରେ ନିଜର ଜିଦ୍‌ ଜାରି ରଖେ, ତେବେ ହୋଷ୍ଟିଂର ଅଧିକାର ହରାଇବାର ଆଶଙ୍କା ରହିଛି। ଯଦି ପାକିସ୍ତାନ ହୋଷ୍ଟିଂ ଅଧିକାର ହରାଇବ, ତେବେ ଏହା ବିପୁଳ ଅର୍ଥନୈତିକ କ୍ଷତି ସହିବ । ଆଇସିସିର ଏହି ଟୁର୍ନାମେଣ୍ଟକୁ ଅନ୍ୟ ଦେଶକୁ ଯିବାର ସମ୍ଭାବନା ମଧ୍ୟ ନାହିଁ।

ଅନ୍ୟପକ୍ଷରେ ଗତ କିଛି ଦିନ ହେବ ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରୁ ମୁକ୍ତ କରିବା ନେଇ ପାକିସ୍ତାନରେ ଆନ୍ଦୋଳନ ଚାଲିଛି। ଇମ୍ରାନ ଖାନଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି। ଏଥି ପାଇଁ ଶ୍ରୀଲଙ୍କା ଦଳ ପାକିସ୍ତାନରେ ଦିନିକିଆ ଓ ଟେଷ୍ଟ ସିରିଜକୁ ଅଧାରେ ଛାଡି ଚାଲିଯାଇଛି । ଶ୍ରୀଲଙ୍କା-ଏ ଦଳ ପାକିସ୍ତାନ ଯାଇ ଦୁଇଟି ଟେଷ୍ଟ ଏବଂ ତିନୋଟି ODI ମ୍ୟାଚ୍ ଖେଳିବାକୁ ଯାଇଥିଲା। କିନ୍ତୁ ଆନ୍ଦୋଳନ ଯୋଗୁଁ ସିରିଜକୁ ଅଧାରେ ଛାଡିଥିଲା ଶ୍ରୀଲଙ୍କା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.