thumbnail

By

Published : May 18, 2023, 10:56 PM IST

ETV Bharat / Videos

ସାବିତ୍ରୀ ପାଇଁ ଲାଗିଛି ଫଳ ବଜାର, ଲୋକଙ୍କ ଆକର୍ଷଣ ଜଙ୍ଗଲୀ ଫଳ

କେନ୍ଦୁଝର: ଦିନକ ପରେ ସାବିତ୍ରୀ ଓଷା । ଏନେଇ ଆଜି ଚଳଚଞ୍ଚଳ ହୋଇ ପଡିଥିଲା ସହରର ହାଟ ବଜାର । କିଏ ପୂଜା ସାମଗ୍ରୀ କିଣୁଛି ତ ଆଉ କିଏ ଫଳ କିଣୁଛନ୍ତି । ହେଲେ ଓଷା ପାଇଁ ଫଳ ବଜାରର ଚାହିଦାକୁ ଦେଖି ଅସମ୍ଭାର ଫଳ ସମାହାର । ବିଦେଶୀ ଫଳରୁ ଦେଶୀ ଫଳ ନେବା ପାଇଁ ଜମୁଛି ଲୋକଙ୍କ ଭିଡ଼ । କିନ୍ତୁ କେନ୍ଦୁଝର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଜଙ୍ଗଲ ଜାତ ଫଳ ନେବା ପାଇଁ ଲୋକଙ୍କ ଆଗ୍ରହ ଅଧିକ । ଏହି ଆଗ୍ରହକୁ ଦେଖି ଜଙ୍ଗଲରୁ କଷ୍ଟ କରି 12ରୁ 15ପ୍ରକାରର ଫଳ ତୋଳି ବଜାରକୁ ବିକିବାକୁ ଆଣିଛନ୍ତି ଆଦିବାସୀ ଲୋକେ । ଡିମିରି ଫଳ, ଯେଉଠ, ପିଜୁଳି, କାଜୁ, ଶାଳ, କେନ୍ଦୁ, ଚାର, ଜାମୁ, ହରିଡା, ବାହାଡ଼ା, କୁସୁମ ଆଦି ଫଳ ସହ ବିଭିନ୍ନ ପ୍ରକାରର ଫୁଲ ମଧ୍ୟ ଭାଗ କରି ବିକୁଛନ୍ତି ଆଦିବାସୀ ଲୋକେ । ଏହି ଫଳ ସେମାନଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇଛି । ଭାଗ ଦଶ ଟଙ୍କାରୁ କୋଡିଏ ଟଙ୍କା ବିକି କିଛି ଦିନ ପାଇଁ ତେଲ ଲୁଣ ଯୋଗାଡ଼ କରୁଛନ୍ତି ଆଦିବାସୀ ଲୋକେ । ସାବିତ୍ରୀ ବ୍ରତ ପାଇଁ ଜଙ୍ଗଲି ଫଳ ଆବଶ୍ୟକ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲାର ଏହି ନିଆରା ଫଳ ସମ୍ଭାରକୁ ଗ୍ରାହକଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ର ହୋଇଛି ।

ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.