ବନ୍ୟାଞ୍ଚଳ ପରିଦର୍ଶନ କଲେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ - ଦଶରଥପୁରରେ ବନ୍ୟା ପରିସ୍ଥିତ ସୃଷ୍ଟି
🎬 Watch Now: Feature Video
ଯାଜପୁର ଜିଲ୍ଲା ଦଶରଥପୁର ବନ୍ୟାଞ୍ଚଳ ବୁଲିଲେ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପଞ୍ଚାନନ କାନୁନଗୋ (Former finance minister Panchanan Kanungo visits flood area) । ଦଶରଥପୁରରର କାଣୀନଦୀରେ ଦୁଇଟି ଘାଇ ସୃଷ୍ଟି ହୋଇଥିବା ବେଳେ ବ୍ରହ୍ମଚାରିପାଟଣା ନିକଟରେ ୧୫୦ ଫୁଟର ଘାଇ ସୃଷ୍ଟି ହୋଇଥିଲା । ଏନେଇ ବ୍ରହ୍ମଚାରିପାଟଣାରେ କାଣୀ ନଦୀରେ ହୋଇଥିବା ଘାଇ ଅଞ୍ଚଳ ସମେତ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ବିପନ୍ନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । କାଣୀ ନଦୀରେ ହୋଇଥିବା ଘାଇକୁ ସରକାରୀ ଘାଇ ବୋଲି କହିବା ସହିତ ତୁରନ୍ତ ବନ୍ୟା ବିପନ୍ନଙ୍କୁ ପର୍ଯ୍ୟାପ୍ତ ରିଲିଫ ପ୍ରଦାନ କରିବାକୁ ମଧ୍ୟ ଦାବି କରିଥିଲେ ପୂର୍ବତନ ଅର୍ଥମନ୍ତ୍ରୀ । ଏହି ସମୟରେ କଂଗ୍ରେସ ନେତା ସନ୍ତୋଷ ନନ୍ଦଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Last Updated : Feb 3, 2023, 8:27 PM IST