thumbnail

ହାତ ଧରିଲେ ବିଜେଡି ପୂର୍ବତନ ନେତା ହୃଷିକେଶ ନାଏକ, ବଦଳିବ ନିର୍ବାଚନ ସମୀକରଣ !

By ETV Bharat Odisha Team

Published : Aug 24, 2023, 10:25 PM IST

କେନ୍ଦୁଝର: ଆଉ କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ଓଡ଼ିଶାରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ରାଜ୍ୟରେ ବିଜେଡି ଆଗୁଆ ପ୍ରସ୍ତୁତ ଥିବା ବେଳେ ବିଜେପି ଓ କଂଗ୍ରେସ ଦଳ ମଧ୍ୟ ନିଜ ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି । ଶାସକ ବିଜେଡିରେ ଦିନକୁ ଦିନ ଅନ୍ତଃକନ୍ଦଳ ଦେଖାଦେଉଥିବା ବେଳେ ଦଳ ଛାଡ଼ିବା ନେତାଙ୍କ ସଂଖ୍ୟା ବଢ଼ି ଚାଲିଛି । ବହୁ ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡୁଥିବା ବେଳେ କିଛି ନେତା ନିଜ ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଜେଡି ଦଳ ଛାଡୁଥିବା ନେତାଙ୍କୁ ନିଜ ଦଳକୁ ନେବା ପାଇଁ ବିଜେପି କଂଗ୍ରେସ ମଧ୍ୟରେ ଛକାପଞ୍ଝା ହେଉଥିବା ବି ଦେଖାଦେଇଛି । 

ଏହାରି ମଧ୍ୟରେ ବିଜେଡି ଛାଡି ନିଜ ଭବିଷ୍ୟତ ସଜାଡିବାକୁ କଂଗ୍ରେସର ହାତ ଧରିଛନ୍ତି ବରିଷ୍ଠ ବିଜେଡି ନେତା ହୃଷିକେଶ ନାଏକ । କେନ୍ଦୁଝର ଜିଲ୍ଲାର ବରିଷ୍ଠ ନେତା ଭାବେ ପରିଗଣିତ ହୃଷୀକେଶ ନାଏକ ଶାସକ ବିଜେଡି ଦଳରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ଵ ତୁଲାଇଥିଲେ । କିନ୍ତୁ ଗତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିବା ବେଳେ ଦଳରୁ କଣଠେସା ହୋଇଥିବା ଅନୁଭବ କରି ଦଳ ଛାଡ଼ି ଦେଇଥିଲେ । ଦଳ ଛାଡ଼ିବା ପରେ ବିଜେପି ଦଳକୁ ଯିବାନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି କଂଗ୍ରେସର ହାତ ଧରିଛନ୍ତି ହୃଷିକେଶ । ଆଜି ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜନଗରରେ କଂଗ୍ରେସ ଦଳ ପକ୍ଷରୁ ମହାମିଶ୍ରଣ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ହୃଷିକେଶ ନାଏକ କଂଗ୍ରେସରେ ଯୋଗ ଦେବା ସହ ଆସନ୍ତା ନିର୍ବଚନରେ କଂଗ୍ରେସ ପକ୍ଷରୁ ଲଢିବା ନେଇ ସୂଚନା ଦେଇଛନ୍ତି । ପୂର୍ବରୁ ୫ ଥର ବିଧାୟକ ଥିବା ବର୍ଷିଆନ ନେତା ହୃଷିକେଶ ନାଏକ କଂଗ୍ରେସରେ ଯୋଗଦେବାକୁ ନେଇ ପାଟଣା ରାଜନୀତି ସରଗରମ ହୋଇ ପଡିଛି ।
 

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.