ହାତୀ ଆକ୍ରମଣରେ ଭାଙ୍ଗିଲା ବନ କର୍ମଚାରୀଙ୍କ ପଞ୍ଜରା ହାଡ଼
🎬 Watch Now: Feature Video
Published : Sep 11, 2023, 6:37 PM IST
ରାଇରଙ୍ଗପୁର: ହାତୀ ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର ଆହତ ଓ ଜଣେ ଅସ୍ଥାୟୀ ବନ କର୍ମଚାରୀ ଆହତ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବେଣାପୁରା ଗ୍ରାମ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି । ହାତୀର ଗତିବିଧି ଉପରେ ନଜର ରଖୁଥିବା ସମୟରେ ଏପରି ଅଘଟଣ ଘଟିଛି । ତେବେ ଗତ କିଛି ଦିନ ହେବ ବେତନଟୀ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ହାତୀ ଆକ୍ରମଣରୁ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ସହିତ ହାତୀମାନଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା ।
ତେବେ ଗତକାଲି(ରବିବାର) ରାତିରେ ହାତୀ ଉପରେ ନଜର ରଖିଥିବା ବେଳେ ବଡାମପୁର ଫରେଷ୍ଟର ପ୍ରଦୀପ ବେହେରା ଓ ଜଣେ ଅସ୍ଥାୟୀ ବନ କର୍ମଚାରୀ ଯତୀନ କିସ୍କୁଙ୍କ ଉପରେ ହାତୀ ଆକ୍ରମଣ କରିଥିଲା । ଫଳରେ ଆକ୍ରମଣର ଶିକାର ଦୁଇ ଜଣ ବନ କର୍ମଚାରୀ ହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦିଆ ଯାଇଥିଲା । ପରେ ବନବିଭାଗ କର୍ମଚାରୀମାନେ ଉଭୟଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ୍ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ..କଲବଲ କଲା ହାତୀ ଉତ୍ପାତ, ରେଞ୍ଜର ଓ ବନ କର୍ମଚାରୀକୁ ଅଟକ ରଖିଥିଲେ ଗ୍ରାମବାସୀ
ତେବେ ଫରେଷ୍ଟର ପ୍ରଦୀପ ଦେହୁରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍ସିବି ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ ଡାକ୍ତର । ହାତୀ ଆକ୍ରମଣରେ ପ୍ରଦୀପ ଦେହୁରୀଙ୍କ ଛାତିର ହାଡ଼ ଭାଙ୍ଗି ଯାଇଥିବାର ସୂଚନା ମିଳିଛି । ତେବେ ଅସ୍ଥାୟୀ ବନ କର୍ମଚାରୀ ଯତୀନ କିସ୍କୁଙ୍କ ଚିକିତ୍ସା ବାରିପଦା ପିଆରଏମ ମେଡିକାଲରେ ଜାରି ରହିଛି । ସେପଟେ ଖବର ପାଇ ବାରିପଦା ବନଖଣ୍ଡ ଅଧିକାରୀ ବାରିପଦା ମେଡିକାଲ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ।
ଇଟିଭି ଭାରତ,ମୟୁରଭଞ୍ଜ