Viral Video: ସରକାରୀ ଡାକ୍ତରଖାନାରେ ଅଭାବନୀୟ ଦୃଶ୍ୟ, ରୋଗୀକୁ ଘୋଷାଡି ନେଲେ - ନିଜାମାବାଦର ସରକାରୀ ଡାକ୍ତରଖାନା
🎬 Watch Now: Feature Video
ହାଇଦ୍ରାବାଦ: ନିଜାମାବାଦର ସରକାରୀ ଡାକ୍ତରଖାନାରେ ଜଣେ ବ୍ୟକ୍ତିଙ୍କ ଗୋଡ ଧରି ଟାଣି ନିଆଯିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି ଅନେକ ଦିନ ପୂର୍ବର ହୋଇଥିବା ଜଣାପଡିଛି । ସେହିପରି ଭିଡିଓକୁ ନେଇ ଡାକ୍ତରଖାନାର ଅଧୀକ୍ଷକ ପ୍ରତୀମରାଜ କହିଛନ୍ତି, ବ୍ୟକ୍ତି ଜଣକ ମାର୍ଚ୍ଚ 31ରେ ଡାକ୍ତରଖାନାକୁ ଆସିଥିଲେ ଏବଂ ଜରୁରୀକାଳୀନ ବିଭାଗରେ ପରୀକ୍ଷା କରାଯିବା ପରେ ସାଧାରଣ ଚିକିତ୍ସା ବିଭାଗକୁ ଯିବାକୁ ପରାମର୍ଶ ଦିଆଯାଇଥିଲା । ରୋଗୀଙ୍କୁ ୱେଟିଂ ହଲରେ ଥିବା ଏକ ବେଞ୍ଚରେ ବସିବାକୁ ଦିଆଯାଇଥାଏ । ହେଲେ ରୋଗୀକୁ ନେବା ପାଇଁ କର୍ମଚାରୀମାନେ ଏକ ହ୍ୱିଲ୍ ଚେୟାର ଆଣିବା ପୂର୍ବରୁ ରୋଗୀଙ୍କ ବାପା ମାଆ ତାଙ୍କୁ ଗୋଡ ଧରି ଟାଣିଟାଣି ନେଉଥିଲେ।
ଘଟଣା ସ୍ଥଳରେ ହସ୍ପିଟାଲ କର୍ମଚାରୀମାନେ ପହଞ୍ଚି ତାଙ୍କୁ ହ୍ବିଲ ଚେୟାରରେ ନେଇଥିଲେ । ଏଥିସହ ଅଧୀକ୍ଷକ ଆହୁରି ମଧ୍ୟ କହିଛନ୍ତ ଯେ, କର୍ମଚାରୀମାନେ ଧ୍ୟାନ ଦେଇନଥିବା କଥା ଭୁଲ ସୂଚନା । ଲିଫ୍ଟରେ ଶୀଘ୍ର ନେବାକୁ ଯାଇ ରୋଗୀଙ୍କ ସମ୍ପର୍କୀୟମାନେ ଅଜଣାତରେ ଏପରି କରିଥିଲେ । ହେଲେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ତାଙ୍କୁ ଏକ ହ୍ୱିଲ୍ ଚେୟାରରେ ନେଇ ଆଗକୁ ଯାଇଥିଲେ । ତେବେ ସରକାରୀ ଡାକ୍ତରଖାନାଗୁଡ଼ିକ ବାବଦରେ ସଠିକ ସୂଚନା ନରଖି ଏପରି ଅପପ୍ରଚାର କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି ।