ଦୟାନଦୀରେ ବନ୍ୟା, 4ଟି ପଞ୍ଚାୟତ ପ୍ରଭାବିତ, ପୁରୀରେ କାଲି ସ୍କୁଲ ଛୁଟି

By

Published : Aug 17, 2022, 5:24 PM IST

Updated : Feb 3, 2023, 8:26 PM IST

thumbnail
ପୁରୀ: ଦୟା ଓ ମକରା ନଦୀରେ ବନ୍ୟା ପରିସ୍ଥିତି । ମହାନଦୀର ଶାଖା ନଦୀ ଦୟା ଓ ମକରା ନଦୀରେ ବନ୍ୟା ଆସିବା ନେଇ ପିପିଲି ,ଡେଲାଙ୍ଗ ଓ କଣାସରେ ବ୍ୟାପକ କ୍ଷୟ କ୍ଷତି । ଏଥିସହ ଡେଲାଙ୍ଗ ବ୍ଲକର ଡେଲାଙ୍ଗ, ମୁନିନ୍ଦା, ସୁଜନପୁର, କୋଠାବାଡ଼ ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ କଣାସର ମୋଟ 8ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାପାଣିର ଜଳସ୍ତର ବୃଦ୍ଧି ପାଉଥିବାରୁ ଆତଙ୍କିତ ଲୋକେ । ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉ ଅଛି । ସେପଟେ ପୁରୀ ଜିଲ୍ଲାପାଳ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇ ଓଡରାଫ୍ ଟିମ୍ କୁ ମୁତୟନ କରାଯାଇଛି । ତେବେ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ପୁରୀ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇ ଥିବା ନେଇ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ।
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.