thumbnail

By

Published : Dec 8, 2022, 1:19 PM IST

Updated : Feb 3, 2023, 8:35 PM IST

ETV Bharat / Videos

ଗ୍ୟାସ ଟାଙ୍କି ଫାଟି ଜଳିଗଲା ଦୁଇ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖୋର୍ଦ୍ଧା: ବେଗୁନିଆ ମଙ୍ଗଳାସାହିରେ ଅଘଟଣ । ରୋଷେଇ ଚାଲିଥିବା ବେଳେ ହଠାତ ଫାଟିଲା ଗ୍ୟାସ ସିଲିଣ୍ଡର । ନିଆଁର ଝାସରେ ଜଳିଗଲା ଦୁଇ ବଖରା ଘର ନଗଦ 50 ହଜାର ଟଙ୍କା ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର । ମଙ୍ଗଳାସାହିର ନକୁଳ ବେହେରାଙ୍କ ଘରେ ଆଜି (ଗୁରୁବାର) ସକାଳୁ ରୋଷେଇ କରିବାକୁ ଗ୍ୟାସ ସଂଯୋଗ କରିବାବେଳେ କୌଣସି କାରଣରୁ ଗ୍ୟାସ ଲିକ୍ ହୋଇ ସେଥିରେ ନିଆଁ ଧରିଥିଲା। ଏହାପରେ ଗ୍ୟାସ ଟାଙ୍କି ଫାଟି ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ବେଗୁନିଆ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନକୁଳ ଗରିବ ପରିବାର ହୋଇଥିବାରୁ ତାଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.