ହକି ବିଶ୍ୱକପ୍ ଫାଇନାଲ ମ୍ୟାଚ୍, ବିଜୟ ଆଶା ରଖିଛନ୍ତି ବେଲଜିୟମ ଫ୍ୟାନ୍ - ଜର୍ମାନୀ ଓ ବେଲଜିୟମ ମଧ୍ୟରେ ମ୍ୟାଚ
🎬 Watch Now: Feature Video
ଭୁବନେଶ୍ବର: ଆଜି ହେଉଛି ହକି ବିଶ୍ବକପର ଅନ୍ତିମ ଦିନ। ଦୁଇ ସପ୍ତାହରୁ ଅଧିକ ଦିନ ଧରି ଚାଲିଥିଲା FIH ପୁରୁଷ ହକି ବିଶ୍ବକପ। ଆଜି ଜର୍ମାନୀ ଓ ବେଲଜିୟମ ମଧ୍ୟରେ ମ୍ୟାଚ ଥିବା ବେଳେ ମ୍ୟାଚ ଦେଖିବାକୁ ଆସିଛନ୍ତି ବେଲଜିୟମ ଖେଳାଳି ଆଲେକ୍ ଜାଣ୍ଡାର ଙ୍କ ପରିବାର । 16ଟି ଦଳ ମଧ୍ୟରୁ ଫାଇନାଲ ଲଢେଇରେ ରହିଛି ବେଲଜିୟମ ଓ ଜର୍ମାନୀ । ଏନେଇ ମ୍ୟାଚ ବିଜୟୀ ହେବା ନେଇ ଆଶା ରଖିଛନ୍ତି ୧୬ନମ୍ବର ଜର୍ସି ଖେଳାଳି ଆଲେକ ଜାଣ୍ଡାରଙ୍କ ମାଆ। ସେହିପରି ଅନ୍ୟପଟେ ବାପା ପଲ ହେନରିକ କହିଛନ୍ତି ଅଭିଜ୍ଞତା ମ୍ୟାଚ ବିଜୟୀ କରିବ। ଜର୍ମାନ ମଧ୍ୟ ଶକ୍ତିଶାଳୀ ଟିମ ଅଟେ। ହେଲେ ବେଲଜିୟମ ମ୍ୟାଚ ବିଜୟୀ ହେବା ସହ ଆଲେକ ଜାଣ୍ଡାରଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ଆଶା ରଖିଥିବା କହିଛନ୍ତି। ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:39 PM IST