ଅଫିସ୍ ଭିତରେ ତହସିଲଦାର, ବାହାରୁ ତାଲା ପକାଇଲେ ଚାଷୀ
🎬 Watch Now: Feature Video
ଭବାନୀପାଟଣା: ତହସିଲଦାରଙ୍କୁ ଅଫିସ୍ ଭିତରେ ଅଟକ ରଖି ବାହାରୁ ତାଲା ପକାଇଲେ ଚାଷୀ । କଳାହାଣ୍ଡି ଜିଲ୍ଲା କଲମପୁର ତହସିଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଦାବିପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରିବା ନେଇ ଚତାବନୀ ଦେଇଛନ୍ତି ଶତାଧିକ ଚାଷୀ । କୋଟାଗାଁ ମଣ୍ଡିର ଧାନ କ୍ରୟ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ୍କୁ ପ୍ରଦାନ କରିବା ଦାବିରେ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କୋଟା ଗାଁ ଚାଷୀଙ୍କ ଧାରଣା । ତହସିଲଦାରଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ଦେଇ ଅଟକ ରଖିଲେ ଅସନ୍ତୁଷ୍ଟ ଚାଷୀ ।
ସୂଚନା ଅନୁସାରେ କୋଟାଗାଁର ଚାଷୀମାନେ ଦୀର୍ଘଦିନ ହେବ ଧାନ କ୍ରୟ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପ୍ୟାକ୍ସ୍କୁ ପ୍ରଦାନ କରିବା ପାଇଁ ପ୍ରଶାସନକୁ ନିବେଦନ କରି ଆସୁଥିଲେ । ହେଲେ ତାଙ୍କ କଥା କେହି ନଶୁଣିବାରୁ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ଭଲ ଭାବରେ ଧାନ କ୍ରୟ ଦାୟିତ୍ବ ତୁଲାଉନାହାନ୍ତି, ଚାଷୀମାନେ ଧାନ ବିକ୍ରି ଟଙ୍କା ମଧ୍ୟ ଏବେ ଯାଏଁ ପାଇ ପାରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ସେପଟେ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଯାଇଥିବାବେଳେ ସେମାନେ ପେକ୍ସ୍ରେ ପଞ୍ଜିକରଣ କରିବେ କି ସ୍ବୟଂ ସହାୟକ ଗୋଷ୍ଠୀରେ କରିବେ ଜାଣିପାରୁ ନାହାନ୍ତି ବୋଲି କହିଛନ୍ତି ଚାଷୀ । ଦାବି ପୂରଣ ନକଲେ ଆନ୍ଦୋଳନ ତୀବ୍ର କରିବା ନେଇ ଚତାବନୀ ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି