thumbnail

By

Published : Jan 21, 2023, 8:14 PM IST

Updated : Feb 3, 2023, 8:39 PM IST

ETV Bharat / Videos

Digital Dialogue: ବିଜୁ ବାବୁଙ୍କ ସମ୍ପର୍କରେ ଅନେକ ମିଛ ଲେଖାଯାଇଛି: ଐତିହାସିକ ଅନୀଲ ଧୀର

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଜଣେ ଟ୍ରାନ୍ସପୋର୍ଟ ପାଇଲଟ ଥିଲେ । ବିଜୁ ବାବୁ  ଯେତିକି ଉଡାଣ ଭରିଛନ୍ତି ଡାକୋଟାରେ  ହିଁ ଭରିଛନ୍ତି ।  ଦ୍ବିତୀୟ ବିଶ୍ବଯୁଦ୍ଧ  ବେଳେ ଓ ପରେ ଡାକୋଟା ବିମାନ ଏକ ଚର୍ଚ୍ଚିତ ବିମାନ ଥିଲା । ଯୁଦ୍ଧ ପରେ ଡାକୋଟା ଅପ୍ରାସଙ୍ଗିକ ହୋଇଗଲା । ବିଜୁ କିନ୍ତୁ ଡାକୋଟା ବିମାନକୁ ଆଣି କଳିଙ୍ଗ ଏୟାର ଲାଇନ୍ସ ଆରମ୍ଭ କଲେ  ।  ଡାକୋଟା ଓ ବିଜୁ ବାବୁଙ୍କ  ମଧ୍ୟରେ 25 ବର୍ଷର ସମ୍ପର୍କ । ଡାକୋଟା ଏକ ଷ୍ଟ୍ରଙ୍ଗ ବିମାନ ଥିଲା । ଡାକୋଟା ଏକ ଟ୍ରାନ୍ସପୋର୍ଟ ବିମାନ ଥିଲା । ଯାହାକୁ ଉଡାଇବା ସହଜ ନଥିଲା । ସେତେବେଳ ପାଇଁ ଡାକୋଟା ବିମାନ ଏକ ସର୍ବକୃଷ୍ଟ ବିମାନ ଥିଲା ।  ଲ୍ୟାଣ୍ଡିଂ ଓ ଟେକଅପ ପାଇଁ ଅଧିକ ସ୍ଥାନ ଆବଶ୍ୟକ ନଥିଲା ।  କୌଣସି ସ୍ଥାନରେ ମଧ୍ୟ ଡାକୋଟାର ଅବତରଣ ହୋଇପାରୁଥିଲା । ଏହାର ମରାମତି ସହଜ ଥିଲା । ଆଜି ମଧ୍ୟ  ବିଶ୍ବର ବିଭିନ୍ନ ସ୍ଥାନରେ ଡାକୋଟା ବିମାନ ଚାଲିଛି ।  ଆମେରିକା, ଆଫ୍ରିକା ସମେତ ବିଶ୍ବରେ ଏବେ ବି 100  ଟି ବିମାନ ଉଡାଣ କରୁଛି । ଭାରତରେ ଏବେ 6 ଟି ଡାକୋଟା ଚାଲିଛି । ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ ମିଛ କଥା  ଲେଖାଯାଇଛି । ଇଣ୍ଡୋନେସିଆ, ଡଚ, ଡାକୋଟା ଓ ବିଜୁ ବାବୁଙ୍କ ସମ୍ପର୍କରେ ସ୍ପଷ୍ଟ ସତ ଲୁଚି ରହିଛି । ବିଜୁ ବାବୁ କେବେବି  ରୟାଲ ଇଣ୍ଡିଆ ଏୟାର ଫୋର୍ସର ପାଇଲଟ ନଥିଲେ । ବିଜୁ ବାବୁ ଜଣେ କଣ୍ଟ୍ରାକ୍ଟ ପାଇଲଟ ଥିଲେ । ବିଜୁ ବାବୁ କେବେ ବି ଫାଇଟର ପାଇଲଟ  ଉଡାଇ ନାହାଁନ୍ତି ।  ସେ ଜଣେ ଟ୍ରାନ୍ସପୋର୍ଟ ପାଇଲଟ ଥିଲେ ।  ବିଜୁ ବାବୁ କେବେ ବି ଶ୍ରୀନଗରରେ ପ୍ରଥମ ଲ୍ୟାଣ୍ଡିଂ କରିନଥିଲେ । ଭାରତ- ପାକ ଯୁଦ୍ଧର 17 ଦିନ ପରେ ବିଜୁ ପଟ୍ଟନାୟକ ଶ୍ରୀନଗର ଯାଇଥିଲେ । ବିଜୁ ବାବୁ ମଧ୍ୟ ନିଜ ଜୀବନରେ  ପ୍ରଥମେ ଶ୍ରୀନଗରରେ ଲ୍ୟାଣ୍ଡିଂ କରିଥିବା କଥା କହିନାହାଁନ୍ତି । ତେଣୁ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଏକ ସତ ଇତିହାସ ଲେଖାଯାଉ । ପ୍ରବାଦ ପୁରୁଷ ଜଣେ ବିଚକ୍ଷଣ ପାଇଲଟ, ଦୁରଦର୍ଶି ରାଜନେତା ଥିଲେ । ଓଡିଶାର ଗର୍ବ ଗୌରବ ଥିଲେ । 1965 ଯୁଦ୍ଧରେ ବିଜୁ ବାବୁ ବଡ ଭୂମିକା ତୁଳାଛନ୍ତି । ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ ଓଡିଶା ଆସିବା  ପରେ ପୁରା ବିମାନର ଇତିହାସ, ତାଙ୍କ ଜୀବନୀକୁ ନେଇ ଅନେକ ରୋଚକ କଥା କହିଛନ୍ତି ଐତିହାସିକ ଗବେଷକ ଅନୀଲ ଧୀର । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ଐତିହାସିକ ଗବେଷକ ଅନୀଲ ଧୀର । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା,  ବ୍ୟୁରୋ ଚିଫ, ଇଟିଭି ଭାରତ ଓଡିଶା ।

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.