thumbnail

By

Published : Jun 24, 2023, 6:45 PM IST

Updated : Jun 24, 2023, 7:49 PM IST

ETV Bharat / Videos

Dgital Dialogue: ମୁଖ୍ୟମନ୍ତ୍ରୀ ରବର ଷ୍ଟାମ୍ପ, ଶାସନ ଚଳାଉଛନ୍ତି ଅଫିସର: ପୂର୍ବତନ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରବର ଷ୍ଟାମ୍ପ ବନିଛନ୍ତି। ଶାସନ ଚଳାଉଛନ୍ତି ଜଣେ ଅଫିସର ।  ଗଣତନ୍ତ୍ରର 3ଟି ଅଙ୍ଗ ରହିଛି । ଲେଜିସଲେଟିଭ, ଏଜୁକେଟିଭ ଏବଂ ଜୁଡିସିଆରି । ସମସ୍ତେ ନିଜ ନିଜ ସୀମା ଭିତରେ ରହି କାମ କରନ୍ତି । ଏକଜିକ୍ୟୁଟିଭ ହେଡ ହେଉଛି ମନ୍ତ୍ରୀ ମଣ୍ଡଳ । ସେବା ଯୋଗାଇବା କାମ ହେଲା ଲେଜିସଲେଜରର । ଅର୍ଥାତ ଯାହା ଆଇନ ପାସ ହେବ ତାକୁ କାର୍ଯ୍ୟକାରୀ କରିବା । ରାଜ୍ୟରେ କିନ୍ତୁ ସେମିତି କିଛି ହେଉନାହିଁ । ସର୍ଭିସ ରୁଲ କହୁଛି ଅଫିସରମାନେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । କିନ୍ତୁ ଏଠି କିଛି ଅଲଗା ଘଟୁଛି । ଜଣେ ଆଇଏଏସ ଅଫିସର କହି ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ସେ ତାହା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା କଥା କହୁଛନ୍ତି । ଅଫିସର ଜଣଙ୍କ ଯାହା କରୁଛନ୍ତି ମୁଖ୍ୟମନ୍ତ୍ରୀ ସେଥିରେ ହଁ ମାରୁଛନ୍ତି । ଗୁମାସ୍ତା ଯଦି କମ୍ପାନି ଚଳାଇବ ଯାହା ଅବସ୍ଥା କମ୍ପାନୀର ହେବ ଆଜି ଓଡିଶାର ଅବସ୍ଥା ସେୟା ହୋଇଛି । ସର୍ଭିସ ରୁଲ ଅନୁସାରେ ଅଫିସରମାନେ ଯାହା କରିବେ ତାହା ଗୁପ୍ତ ରହିବ । 

ସେମାନେ ପଲିଟିକାଲି ନିରପେକ୍ଷ ରହିବା କଥା । ଏଠି କିନ୍ତୁ ସେୟା ଘଟୁନାହିଁ । ଏଠି କିନ୍ତୁ ଅଫିସର ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ସେଥିରେ ହଁ ମାରୁଛନ୍ତି । ସୁପର କ୍ୟାବିନେଟ ପରି ସେ କାମ କରୁଛନ୍ତି । ରାଜା ଯଦି ରାଜତ୍ବ ଛାଡିଦେବେ, ମନ୍ତ୍ରୀ ପରିଷଦ ସବୁ ବୁଝିବେ ତେବେ ରାଜ୍ୟର ଅବସ୍ଥା ୟାହା ହେବ ଓଡିଶାର ଅବସ୍ଥା ସେୟା ହୋଇଛି । 5ଟି ସଚିବ ଯାହା ଘୋଷଣା କରୁଛନ୍ତି, ବଜେଟରେ ଏହା ପାସ ହୋଇ କାର୍ଯ୍ୟକାରୀ ହେବା କଥା । ଏଠି କିନ୍ତୁ ଅଲଗା ଘଟୁଛି କ୍ୟାବିନେଟରେ ପାସ କରିଦେଉଛନ୍ତି । ବଜେଟ ଆଲୋଚନା ହେଉନାହିଁ । ନେତା ମନ୍ତ୍ରୀ କିଛି ଜାଣିପାରୁନାହାନ୍ତି । ଅଧିକାଂଶ ମନ୍ତ୍ରୀ ଅବଢା କଣ କାଳିଆ ଯୋଜନା କଣ ସେ ବିଷୟରେ ଜାଣିନାହାଁନ୍ତି । 5ଟି ସଚିବ ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ତାକୁ ରୁପାନ୍ତରଣ କରୁଛନ୍ତି । ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର । ସାକ୍ଷାତକାର ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍ ଇଟିଭି ଭାରତ ଓଡିଶା ।

ଇଟିଭି ଭାରତ, ଭୁବନେଶ୍ୱର  

Last Updated : Jun 24, 2023, 7:49 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.