ଦଶହରାରେ ସିଲଭରସିଟିରେ କେମିତି ରହିବ ସୁରକ୍ଷା ବ୍ୟବସ୍ଥା ? ଶୁଣନ୍ତୁ କଣ କହୁଛନ୍ତି କଟକ ଡିସିପି - କଟକ ଦୁର୍ଗାପୂଜା
🎬 Watch Now: Feature Video
Published : Oct 20, 2023, 10:36 PM IST
କଟକ: ଆସନ୍ତାକାଲି ମହାସପ୍ତମୀ । ସୁନା ଚାନ୍ଦି ମେଢ଼ ଦେଖିବାକୁ ସହରରେ ଜମିବ ଭିଡ଼ । ପୂଜା ଠାରୁ ଆରମ୍ଭ କରି ଭସାଣି ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ଶେଷ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କଟକ କମିଶନରେଟ ପୋଲିସ । ଏନେଇ ଗତକାଲି କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ପୋଲିସ ବ୍ରିଫିଙ୍ଗର ଆୟୋଜନ କରାଯାଇ ଥିଲା । ଏହି ବ୍ରିଫିଙ୍ଗରେ ପୋଲିସ କମିଶନରଙ୍କ ସହ କଟକ ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ କର୍ମଚାରୀମାନେ ଯୋଗ ଦେଇ ଥିଲେ ।
ତେବେ ଏହି ବ୍ରିଫିଙ୍ଗରେ ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ ସହରରେ ମୋଟ 55 ପ୍ଲାଟୁନ ପୋଲିସ ଫୋର୍ସ, 636 ହୋମଗାର୍ଡ, 8 ଶହରୁ ଉର୍ଦ୍ଧ କନେଷ୍ଟବଳ, 140 ଜଣ ହାବିଲଦାର, 350 ସବ ଇନେସ୍ପେକ୍ଟର, 50 ରୁ ଉର୍ଦ୍ଧ ଇନିସପେକଟର, 34 ଜଣ DSP ଏବଂ 8 ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଛି । ଏହାସହ ସହରର ବିଭିନ୍ନ ସ୍ଥାନରେ 6 ଶହ ସିସିଟିଭି ଲଗାଯାଇଛି । ଏହା ବ୍ୟତୀତ ସହରର 32 ଟି ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ କରାଯାଇଛି । ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୋଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର । ତେବେ ଏନେଇ କଟକ ଡିସିପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
ଏହା ମଧ୍ୟ ପଢ଼ନ୍ତୁ...Durga Puja Safety: ଦୁର୍ଗାପୂଜା ପାଇଁ ଟ୍ବିନସିଟିରେ ସୁରକ୍ଷା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ
ଇଟିଭି ଭାରତ, କଟକ