Master Chef Show: ଗଇଁଠା ପିଠାର ସ୍ୱାଦ ଚାଖିଲା ଦେଶ, ଜାତୀୟସ୍ତରରେ ଚମକିଲେ ଓଡ଼ିଶା ପୁଅ ଅବିନାଶ - ମାଷ୍ଟର ସେଫରେ ଓଡ଼ିଆ ପୁଅ
🎬 Watch Now: Feature Video
ଭୁବନେଶ୍ବର: ମାଷ୍ଟର ସେଫ ସିଜିନ-୭ (Master Chef Show Season 7)ରେ ଚମକିଲେ ଓଡ଼ିଆ ପୁଅ ଅବିନାଶ ପଟ୍ଟନାୟକ । ଓଡ଼ିଆ ପରମ୍ପରା ସହ ଜଡିତ ଗଇଁଠା ପିଠାକୁ ନେଇ ମାଷ୍ଟରସେଫ୍ରେ ସେ ନିଜର ସ୍ଥାନ ପକ୍କା କରିଛନ୍ତି। ପରମ୍ପରା ସହ ପ୍ରକୃତି ଜାତ ସାମଗ୍ରୀରେ ପ୍ରସ୍ତୁତ 'କ୍ଷୀର ଗଇଁଠା ପିଠା'ର ନୂଆ ଖାଦ୍ୟ ସାରା ଦେଶକୁ ଦେଖାଇଛନ୍ତି । ପ୍ରକୃତିର ସୁରକ୍ଷା ସହ ପ୍ରକୃତି ଜାତ ଖାଦ୍ୟ ଖାଇବାକୁ ବାର୍ତ୍ତା ଦେଇଛନ୍ତି ଅବିନାଶ । ଖାଲି ସେତିକି ନୁହେଁ ଓଡ଼ିଶା ହସ୍ତତନ୍ତର ବସ୍ତ୍ର ସହ ଓଡ଼ିଆ ଭାବେ ନିଜ ରାଜ୍ୟର ପାରମ୍ପରିକ ଖାଦ୍ୟକୁ ଜାତୀୟ ସ୍ତରରେ ସେ ପ୍ରତିପାଦିତ କରିପାରିଛନ୍ତି । ଫଳରେ ସେ ପୁରା ରାଜ୍ୟ ପାଇଁ ଆଣିଛନ୍ତି ଗୌରବ । ଆଉ ଏଥିପାଇଁ ମାଷ୍ଟର ସେଫର ଜଜ୍ଙ୍କୁ ବି ସେ ବେଶ ପ୍ରଭାବିତ କରିଛନ୍ତି ଓ ତାଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ବି ହୋଇଛନ୍ତି । ଇଟିଭି ଭାରତ (Etv Bharat special Interview) ସହିତ ଆଜି ଅଛନ୍ତି ସେହି ଓଡ଼ିଆ ପୁଅ ଅବିନାଶ ପଟ୍ଟନାୟକ (Master Chef Contestant Abinash Patnaik) । ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୁଁ ମୋ ଗବେଷଣା ବା ମୋ ପାଠ୍ୟକ୍ରମର ଜ୍ଞାନ କୌଶଳକୁ ପ୍ରୟୋଗ କରି ପାରମ୍ପରିକ ଖାଦ୍ୟର ଯେଉଁ ଡ଼ିସ ବନାଉଛି ତାହା ମତେ ବେଶ ଆନନ୍ଦ ଆଣିଦେଇଛି । ପ୍ରତିଯୋଗିତାରେ ତ ହାର ଜିତ ରହିଛି ତେଣୁ ଶୋ'ରେ ଜିତିବି କି ନାହିଁ ତାହା ମୋ କର୍ମ କହିବ । ଆଶା କରୁଛି ଏହି ନୂଆ ଅନୁଭୂତି ମତେ ସଫଳ ଆଣିଦେଉ ଆଉ ମୋ ରାଜ୍ୟର ପାଇଁ ଗୌରବ ଆଣୁ ।"
ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:38 PM IST