thumbnail

ବିପଦରେ ହଂସୁଆ ସେତୁ, ୧୫ଦିନରେ ପାଣି ଭିତରେ ଲୀନ ହେଲାଣି ୧୩୦ଫୁଟ ମାଟି ଅତଡ଼ା

By

Published : Aug 3, 2023, 5:55 PM IST

କେନ୍ଦ୍ରାପଡା: ରାଜନଗରରେ କୂଳ ଲଙ୍ଘିଲା ହଂସୁଆ ନଦୀ । ପୂର୍ବରୁ 80 ଫୁଟର ଅତଡ଼ା ଧସିଥିବା ବେଳେ ଏବେ ପୁନଃ 50 ଫୁଟ ଅତଡ଼ା ନଦୀକୁ ଖସିବାରୁ ଆତଙ୍କିତ ଅଞ୍ଚଳବାସୀ । କୂଳରେ ନିର୍ମାଣ ହୋଇଥିବା ପଥର ଧସି ଯାଇଥିବାରୁ ଭୟଭୀତ ଅଞ୍ଚଳବାସୀ । ବିପଦରେ ହଂସୁଆ ସେତୁ।  ଅନ୍ୟପଟେ ଜିଲ୍ଲାର ଉପକୂଳ ଅଞ୍ଚଳ ରାଜନଗର ବ୍ଲକରେ ପ୍ରବାହିତ ହଂସୁଆ ନଦୀରେ ବାରମ୍ବାର ଅତଡ଼ା ଧସିବାରୁ ଆତଙ୍କିତ ହୋଇ ପଡିଛନ୍ତି ଲୋକେ। ଆଳି ତଟବନ୍ଧ ଡିଭିଜନ ଅଧିନରେ ଆସୁଥିବା ଏହି ନଦୀର ସ୍ରୋତ ପ୍ରଖର ହୋଇଥିବା କାରଣରୁ ମାଟି ଧସୁଥିବା ଵିଭାଗୀୟ ଅଧିକାରୀ କହୁଥିବା ବେଳେ ନିମ୍ନମାନର କାମକୁ ସ୍ଥାନୀୟ ଲୋକେ ଦାୟୀ କରିଛନ୍ତି । 

ଗତ ୧୫ଦିନ ତଳେ ନଦୀର ସ୍ରୋତ ପ୍ରଖର ଓ ପଟ ପରିବର୍ତ୍ତନ ଯୋଗୁଁ 80 ଫୁଟ ଲମ୍ବ ଓ 15 ଫୁଟ ଚଉତାର ପଥର ପ୍ୟାକିଂ ନଦୀ ଗର୍ଭରେ ଲୀନ ହୋଇଥିଲା । ତେବେ ଦୀର୍ଘ ବର୍ଷ ଧରି ପଟ୍ଟାମୁଣ୍ଡାଇ ଓ ରାଜନଗରକୁ ସଂଯୋଗ କରୁଥିବା ହଂସୁଆ ସେତୁ ଏବେ ବିପଦ ସଂକୁଳ ଅବସ୍ଥାରେ ରହିଛି ।ଅତଡ଼ା ଖସିଥିବା ସ୍ଥାନରେ ନଦୀ ପ୍ରଖର ହୋଇଥିବା କାରଣରୁ ବାଲି ବସ୍ତା ପକାଇଲେ ମଧ୍ୟ ବସ୍ତାକୁ ଭସାଇ ନେଉଛି ନଦୀ ତ୍ସୋତ । ଯାହାକି ଦୁର୍ଘଟଣା ଆଶଙ୍କାକୁ ଦ୍ବିଗୁଣିତ କରିଛି । ପଥର ଡମ୍ପିଂ କାମ ଆରମ୍ଭ ହୋଇଥିଲା ବେଳେ ଖୁବଶୀଘ୍ର ଏହି ସ୍ଥାନକୁ ସୁରକ୍ଷିତ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପ୍ରଶାସନ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ: Watch: ବନ୍ୟାପାଣିରେ ଫସିଲା ଥାର୍‌, ଉଦ୍ଧାର କଲେ ଲୋକେ

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.