thumbnail

By

Published : Aug 12, 2023, 11:41 AM IST

ETV Bharat / Videos

ରାଉରକେଲାରେ ମାତିଛନ୍ତି ଦନ୍ତାପଲ, ଭୟଭୀତ ଲୋକେ

ରାଉରକେଲା: ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଆତଙ୍କ ।  ଜଙ୍ଗଲୀ ଦନ୍ତା ହାତୀ ଉପଦ୍ରବରେ ଭୟଭୀତ ଗ୍ରାମବାସୀ । ହାତୀ ଗ୍ରାମକୁ ପଶିବା ସହ ଘରଦ୍ବାର ଓ ଫସଲ ନଷ୍ଟ କରୁଛି । ଗତ ୪ରୁ ୫ ଦିନ ହେବ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ମହୁଲଯୋର ଏବଂ ଘାଣ୍ଟିବୁଡ଼ ଅଞ୍ଚଳରେ ୪ଟି ଦନ୍ତା ଲୋକଙ୍କ ନିଦ ହଜାଇଛି । ତେବେ ପଡ଼ୋଶୀ ଜିଲ୍ଲା ସମ୍ବଲପୁରର ବାମଡା ଫରେଷ୍ଟ ରେଞ୍ଜର ବଦରମା ଅଭୟାରଣ୍ୟରୁ ଏହି ହାତୀ ଆସିଥିବା ଅନୁମାନ କରାଯାଉଛି । ବନ ବିଭାଗ ବିଳମ୍ବିତ ରାତିରେ ହାତୀକୁ ଘଉଡ଼ାଇଥିବା ବେଳେ କିଛି ସମୟ ପାଇଁ ନିକଟ ଜଙ୍ଗଲକୁ ପଳାଇଥିଲେ ହାତୀ । କିନ୍ତୁ ପରେ ପୁଣି ଗାଁ ମୁହାଁ ହୋଇଛନ୍ତି । ହାତୀ ଉପଦ୍ରବ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ଅଛନ୍ତି । ହାତୀକୁ ଜଗିବାକୁ ସାରା ରାତି ଜଗି ବସିଥିଲେ ଗାଁଲୋକ ।

  ଏହା ମଧ୍ୟ ପଢନ୍ତୁ- ବଣାଇରେ ଆତଙ୍କ ଖେଳାଇଛି ଦନ୍ତା: ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.