ଆମ୍ବ ଖାଇବାକୁ ଆସି ଗଛ ମଝିରେ ଫସିଛି ହାତୀ, ଉଦ୍ଧାର କାର୍ଯ୍ୟ ଜାରି
🎬 Watch Now: Feature Video
ଅନୁଗୋଳ: ଆମ୍ବ ଖାଇବାକୁ ଆସି ଫସିଗଲେ ଜଗରାଜ । ଦୁଇ ଗଛ ମଧ୍ୟରେ ଅଟକିଲା ଦନ୍ତାହାତୀର ଗୋଡ । ଅନୁଗୋଳ ବନଖଣ୍ଡ ବୃତ୍ତି ଗାଁ ଆମ୍ବ ତୋଟାରେ ହାତୀଟି ଅଟକି ଯାଇଥିବା ଦେଖିବାକୁ ମିଳିଛି । ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ବନ ବିଭାଗର ପ୍ରଚେଷ୍ଟା ଜାରି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ତୋଟାକୁ ଆମ୍ବ ଖାଇବାକୁ ଆସି ହାତୀଟି ଦୁଇ ଗଛ ମଧ୍ୟରେ ଫସି ଯାଇଥିଲା । ହାତୀଟିର ଗୋଟିଏ ଗୋଡ଼ ଦୁଇ ଆମ୍ବ ଗଛ ମଝିରେ ଫସି ଯାଇଥିଲା । ଫଳରେ ହାତୀଟି ତଳେ ପଡି ଝଟପଟ ହେବା ସହ ଗର୍ଜ୍ଜନ କରୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି କିଭଳି ହାତୀଟିକୁ କିପରି ସୁରକ୍ଷିତ ଉଦ୍ଧାର କରିହେବ ସେନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ପୂର୍ବରୁ ଆମ୍ବ ଚୋଳିବାକୁ ତୋଟାଟି ଆସିଥିବା ବେଳେ 2ଜଣ ମହିଳାଙ୍କୁ କଚାଡି ମାରିଥିଲା ହାତୀ । ଗତମାସରେ ହାତୀ ଆକ୍ରମଣରେ ବନ୍ତଳା ବନାଞ୍ଚଳରେ 4 ଜଣଙ୍କର ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଅନୁଗୋଳ