thumbnail

By

Published : May 12, 2023, 9:24 PM IST

ETV Bharat / Videos

WATCH VIDEO: ଚଲାଉଥିଲେ ବାଇକ, ଆସିଲା ହାର୍ଟଆଟାକ୍‌

ଲକ୍ଷ୍ନୌ: ରାସ୍ତାରେ ବାଇକ ଚଲାଉଥିବା ସମୟରେ ହୃଦଘାତର ଶିକାର ହେଲେ । ଆଉ ଚାହୁଁଚାହୁଁ ତଳେ ପଡ଼ିଯାଇ ଅଚାନକ ଚାଲିଗଲା ଜୀବନ । ଏହି ମୃତ୍ୟୁର ଲାଇଭ ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏପରି ଘଟଣା ଉତ୍ତରପ୍ରଦେଶ ଆଲିଗଡ଼ ଜିଲ୍ଲା ମଥୁରା ରୋଡ ବାଇପାସ ନିକଟରେ ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଗାଡ଼ି ଚଲାଉଥିବା ସମୟରେ ହଠାତ୍‌ ତଳେ ପଡ଼ି ଯାଉଛନ୍ତି । ଏହାପରେ ତାଙ୍କର ମୃତ୍ୟୁ ଘଟିଛି । ଏହି ମୃତକ ଜଣକ ହେଉଛନ୍ତି ଜ୍ବାଲାପୁରୀ ଅଞ୍ଚଳର ଅଧିବାସୀ ପରମାନନ୍ଦ(୬୦) । ଏହି ଘଟଣାଟି ଭାରତ ପେଟ୍ରୋଲ ପମ୍ପ୍‌ ନିକଟରେ ଘଟିଛି । ଏହାପରେ ଏହି ବୟସ୍କ ବ୍ୟକ୍ତିଙ୍କୁ ମଲଖାନ ସିଂ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ଏହି ଖବର ପାଇବା ପରେ ପରିବାର ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.