କଂଗ୍ରେସ ଭବନରେ ଇଦ୍ ମିଳନ - କଂଗ୍ରେସ ଭବନରେ ଇଦ୍ ମିଳନ

🎬 Watch Now: Feature Video

thumbnail

By

Published : Apr 27, 2023, 9:46 AM IST

ଭୁବନେଶ୍ବର: କଂଗ୍ରେସ ଭବନରେ ଇଦ୍ ପର୍ବ ପାଳନ ହୋଇଛି । ରାଜ୍ୟ କଂଗ୍ରେସ ଭବନରେ ଭାଇଚାରାର ପର୍ବ ଇଦ୍ ମିଳନ ପର୍ବ ପାଳିତ ହୋଇଛି । କଂଗ୍ରେସ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧ୍ୟକ୍ଷ ଜିଆ ଉଲ ହକଙ୍କ ସଭାପତିତ୍ବରେ ଇଦ ବନ୍ଧୁ ମିଳନ ହୋଇଛି । ଏହି ସମାରୋହରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ,ପୂର୍ବତନ ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟନାୟକ ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । 

ଶରତ ପଟ୍ଟନାୟକ କହିଛନ୍ତି ଯେ,'' ରାଜ୍ୟରେ କଂଗ୍ରେସ ପକ୍ଷରୁ ସବୁ ସମୟରେ ସମସ୍ତ ଧର୍ମର ଲୋକମାନଙ୍କୁ ନେଇ ଆଗକୁ ବଢ଼ିବାରେ ସହଯୋଗ କରିବାକୁ ପ୍ରୟାସ ଜାରି ରଖିଥିବା ବେଳେ ଭାଇଚାରାକୁ ଅଗ୍ରାଧିକାର ଦେଇ ଆସିଛି । କିନ୍ତୁ କେନ୍ଦ୍ରରେ ବିଜେପି ଧର୍ମ ନାମରେ ରାଜନୀତି କରି ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି କରିଛି । ଜାତୀୟ କଂଗ୍ରେସ ସେହି ସବୁ ରାଜନୀତିରୁ ଦୂରେଇ ଆଗକୁ ବଢ଼ିବାରେ ପ୍ରୟାସ ଜାରି ରଖିଛି । ମୁସଲିମ ଭାଇ ଭଉଣୀମାନେ ଏକତା ରକ୍ଷା କରିବାର ଆବଶ୍ୟକତା ରହିଛି । ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ କଂଗ୍ରେସ ସବୁବେଳେ ରହିଛି । ସ୍ବାଧୀନତା ସମୟରୁ ମୁସଲିମମାନଙ୍କ ସହ କଂଗ୍ରେସ ରହିଛି । 

‘‘ରାଜ୍ୟରେ ବିଜେଡି ବିଜେପି ଭାଇ ଭାଇ । ସେମାନଙ୍କ ଭିତରୁ ଜଣଙ୍କୁ ଭୋଟ ଦେଲେ ଅନ୍ୟ ଜଣେ ଉପକୃତ ହେଉଛନ୍ତି । ରେଳମନ୍ତ୍ରୀଙ୍କୁ ବିଜେଡି ସମର୍ଥନ କରୁଛି । ତାଙ୍କ ଭିତିରି ସମ୍ପର୍କ ସମସ୍ତଙ୍କୁ ଜଣା ।’’ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ କଂଗ୍ରେସକୁ ସରକାର ଗଢ଼ିବାକୁ ହେଲେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସୃଷ୍ଟି ନକରି ଏକଜୁଟ ହୋଇ ଦଳ ପକ୍ଷରୁ ଭାଇଚାରାକୁ ବଢ଼ାଇ ଗ୍ରାମାଞ୍ଚଳରେ ପ୍ରତିଟି ପରିବାର ସହ ଯୋଡି ହୋଇ ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଅବଗତ କରିବା ପାଇଁ ଆହ୍ବାନ ଦେଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.