ମହାଷ୍ଟମୀ ପୂଜା ପରେ ଦର୍ଶନ ଦେଲେ ମା' ଭୈରବୀ, ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

By ETV Bharat Odisha Team

Published : Oct 22, 2023, 10:55 PM IST

thumbnail

ବୌଦ୍ଧ: ପାର୍ବଣ ପାଇଁ ଚଳଚଞ୍ଚଳ ବୌଦ୍ଧ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ । ସନ୍ଧ୍ୟାରେ ଆଲୋକ ମାଳାରେ ଝଲସୁଛି ବିଭିନ୍ନ ପୂଜା ମଣ୍ଡପ । ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବେଳେ ବାଡି଼ ଖେଳ ଜିଲ୍ଲାର ପ୍ରାଚୀନ ପରମ୍ପରାକୁ ବଜାୟ ରଖିଛି । ଦୁର୍ଗାପୂଜା ଉପଲକ୍ଷେ ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ ହୋଇ ଉଠିଛି । ଓଡ଼ିଶାର ଅନ୍ୟତମ ପ୍ରାଚୀନ ଶକ୍ତିପୀଠ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାର ପୁରୁଣା କଟକ ସ୍ଥିତ ମା' ଭୈରବୀଙ୍କ ପୀଠରେ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଉଛି । ତେବେ ଆଜି ମହାଷ୍ଟମୀ ଉପଲକ୍ଷେ ଦେବୀ ଭୈରବୀଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।  

ସେହିପରି ବୌଦ୍ଧ ଜିଲ୍ଲାର ଘଣ୍ଟାପଡା ଠାରେ ବିରାଜିତ ଦେବୀ ସମଲେଶ୍ବରୀଙ୍କ ପ୍ରାଚୀନ ପୀଠରେ ମଧ୍ୟ ସ୍ବତନ୍ତ୍ର ନୀତିକାନ୍ତିରେ ଶାରଦୀୟ ଦେବୀ ପୂଜା ଅନୁଷ୍ଠିତ ହେଉଛି । ବିଶେଷ ଭାବରେ ଏଠାରେ ଦେବୀ ସମଲେଶ୍ବରୀଙ୍କ ନିଶି ଯାତ୍ରା ଅତ୍ୟନ୍ତ ଆନନ୍ଦରେ ପାଳନ କରାଯାଉଛି । ସେହିପରି ଜିଲ୍ଲାର ଡୁମାଳ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମାହେଶ୍ୱରୀ ପୀଠରେ ଶାରଦୀୟ ପୂଜନ ଉତ୍ସବ ପାଳନ କରାଯାଉଛି । ବିଶେଷ ଭାବରେ ଏହି ପାର୍ବଣ ସମୟରେ ବାଡି ଖେଳର ଉତ୍ସବ ପ୍ରାଚୀନ କାଳରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ପାରମ୍ପରିକ ଯୁଦ୍ଧ ଶୈଳୀକୁ ଏଥିରେ ପରିଲକ୍ଷିତ କରାଯାଏ । ମହାଷ୍ଟମୀ ଉପଲକ୍ଷେ ବୌଦ୍ଧ  ସହରର ଚନ୍ଦ୍ରଚୂଡ ମନ୍ଦିର ନିକଟସ୍ଥ ଆଳତୀ ଘାଟ ଠାରେ ମହାନଦୀ ଆଳତୀ ଅନୁଷ୍ଠିତ ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ...ଉଦଯାପିତ ହେଲା ମା' ଆଦିଶକ୍ତିଙ୍କ ପଞ୍ଚ ଦିବସୀୟ ଯାତ୍ରା

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.