ଯାନ୍ତ୍ରିକ ତ୍ରୁଟିରୁ ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡ଼ଙ୍ଗା
🎬 Watch Now: Feature Video
ପୁରୀ: ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଘାଟ ଡ଼ଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମହିସା ନିକଟରେ ଫସି ରହିଲା ଯାତ୍ରୀବାହୀ ଘାଟଡ଼ଙ୍ଗା । ଡଙ୍ଗାରେ 30ରୁ ଊର୍ଦ୍ଧ୍ବ ଯାତ୍ରୀ ଏବଂ 10ଟି ବାଇକ ରହିଥିବା ସୂଚନା ରହିଛି । ତେବେ ଦୀର୍ଘ ସମୟ ଅପେକ୍ଷା ପରେ ଆଉ ଏକ ମେସିନ ଲାଗିବା ପରେ ଡଙ୍ଗା ନିଜ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।
ପୁରୀ ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ ଏହି ସ୍ଥିତି ଉପୁଜି ଥିଲା । ଯାହାକୁ ନେଇ ଡଙ୍ଗାରେ ଥିବା ଯାତ୍ରୀ ଭୟଭୀତ ହୋଇ ପଡ଼ିଥିଲେ । ଅଥଳ ଜଳ ରାଶିରେ ଅଟକି ରହିଥିଲା ଡଙ୍ଗା । ତେବେ ଡଙ୍ଗା ଚାଳକ ଆହୁଲା ମାରି ଡଙ୍ଗାକୁ ଚିଲିକା ଭିତରେ ଥିବା ଏକ କୁଦରେ ଡଙ୍ଗାକୁ ଲଗାଇଥିଲେ । ଖବର ପାଇ ଅନ୍ୟ ଡଙ୍ଗା ଚାଳକମାନେ ନୂଆ ମୋଟର ଦେବା ପରେ ଡଙ୍ଗା ଜହ୍ନିକୁଦା ଯାଇଥିଲା । ଫଳରେ କିଛି ଅଘଟଣ ଘଟିନଥିଲା । ଚିଲିକାରେ ଡଙ୍ଗା ଫସି ରହିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି । ଅନେକ ଥର ଯାତ୍ରୀଙ୍କ ଜୀବନ ବିପଦରେ ମଧ୍ୟ ପଡ଼ିଛି । ତେବେ ଚିଲିକାରେ ଏକ ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ସରକାର ଏହି ଦିଗରେ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇ ଆସୁଛି ।
ଏହା ମଧ୍ୟ ପଢ଼ନ୍ତୁ........ସାତପଡ଼ା ଚିଲିକା ଜଳ ରାଶିରେ ଅଘଟଣ, ଡଙ୍ଗା ଚାଳକ ନିଖୋଜ
ଇଟିଭି ଭାରତ, ପୁରୀ
TAGGED:
chilika boat