ଧାରା ଶ୍ରାବଣରେ ଧରା ଦେଉନି ବର୍ଷା, ଗୀତରେ ଅକୁହା କଥା ବଖାଣିଲେ ଚଷା ପୁଅ - ଚାଷୀର ଦୁଃଖକୁ ଗୀତ ମାଧ୍ୟମରେ ପ୍ରକାଶ କଲେ ଚଷା ପୁଅ

🎬 Watch Now: Feature Video

thumbnail

By

Published : Jul 14, 2023, 8:55 PM IST

ଖୋର୍ଦ୍ଧା: ଧାରା ଶ୍ରାବଣରେ ହେଉଛି ଅଗ୍ନୀ ବର୍ଷା । ମାଟି ଫାଟି ଆଁ କରିଛି । ଯେଉଁ ସମୟରେ ବିଲରେ ରୁଆ ବେଉଶଣ ହେବା କଥା ସେ ସମୟରେ ଜମିରେ ପାଣି ମୁନ୍ଦେ ଦେଖିବାକୁ ମିଳୁନାହିଁ । ଚାଷୀ କୁଳ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରିଥାଏ । ହେଲେ ଚଳିତ ବର୍ଷ ମୌସୁମୀର ଦେଖା ନାହିଁ । ପାଣି ଟୋପେ ପାଇଁ ଫଟା ବିଲ ଆକାଶକୁ ଚାତକ ପରି ଚାହିଁ ରହିଛି । ଏହିଭଳି ପରିସ୍ଥିତିରେ ଚାଷୀ କରିବ ବା କଣ । ବର୍ଷକର ଆହାର ନଷ୍ଟ ହେଉଥିବା ଦେଖି ଚଷା ପୁଅ ବିଲରେ ବସି ବାହୁନି କାନ୍ଧୁଛି । ଚଷା ପୁଅର ଏହି ପରିସ୍ଥିତିକୁ ଦେଖି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଲ୍ଲୀପଦର ଗାଁର ଗାୟକ ବାପି ମହାପାତ୍ର  ନିଜ ଖଞ୍ଜଣି ଓ ଧୁଡୁକି ସାହାଯ୍ୟରେ ଇନ୍ଦ୍ର ଦେବଙ୍କୁ ବର୍ଷା ପାଇଁ ଗୁହାରି ହେଉଛନ୍ତି । ବାସ୍ତବ ଚିତ୍ରକୁ ଗୀତ ମାଧ୍ଯମରେ ପ୍ରକାଶ କରି ହଜି ଯାଉଥିବା ଲୋକବାଦ୍ୟ ଧୁଡ଼ୁକି ଏବଂ ଖଞ୍ଜଣିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିଛନ୍ତି । ବାରମ୍ବାର ଚାଷୀ ବିହନ ବୁଣି ଗଜା ମରୁଡ଼ିର ଶୀକାର ହେଉଛି । ଯେଉଁ ପରିସ୍ଥିତିରେ ବର୍ତ୍ତମାନ ଚାଷୀ ସମାଜ ଗତି କରୁଛି ସେ ଅବସ୍ଥାକୁ ଗୀତ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । 

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.