ପାରାଦ୍ୱୀପ ମାଛଧରା ବନ୍ଦରରୁ ଡ଼ଲଫିନର ମୃତଦେହ ଉଦ୍ଧାର - ମୃତ ଡଲଫିନ୍ ଉଦ୍ଧାର
🎬 Watch Now: Feature Video
ଜଗତସିଂହପୁର : ପାରାଦ୍ବୀପ ମାଛଧରା ବନ୍ଦରରୁ ମୃତ ଡଲଫିନ୍ ଉଦ୍ଧାର ହୋଇଛି । ଗତ ରବିବାର ସକାଳୁ ଡଲଫିନ୍ ଟି କୌଣସି କାରଣ ବଶତଃ ପାରାଦ୍ବୀପ ମାଛଧରା ବନ୍ଦର ମଧ୍ୟକୁ ପଶି ଆସିଥିଲା। ଡଲଫିନ ଟି ବନ୍ଦର ମଧ୍ୟରୁ ବାହାରି ସମୁଦ୍ର ମୁହାଣକୁ ଯିବା ପାଇଁ ବାଟ ଖୋଜୁଥିଲେ ମଧ୍ୟ ୪ଫୁଟ୍ ଲମ୍ବର ଏହି ଛୋଟ ଡଲଫିନ୍ ମାଛଧରା ବନ୍ଦର ମଧ୍ୟରୁ ବାହାରି ପାରି ନ ଥିଲା। ଏନେଇ ସ୍ଥାନୀୟ ମତ୍ସ୍ୟଜୀବୀ ଡଲଫିନ କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ। ତେବେ ସଠିକ ସମୟରେ ବନବିଭାଗ କର୍ମଚାରୀ ପହଞ୍ଚି ଡଲଫିନ୍ ମାଛଟିକୁ ଉଦ୍ଧାର କରିଥିଲେ ହୁଏତ ଡଲଫିନଟି ସୁସ୍ଥ ଅବସ୍ଥାରେ ଉଦ୍ଧାର ହୋଇ ପାରିଥାନ୍ତା ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ମାନେ କହିଛନ୍ତି । ତେବେ ଡଲଫିନଟି ମାଛଧରା ବନ୍ଦର ମଧ୍ୟରେ ଦୀର୍ଘ ୮ ଘଣ୍ଟା ଧରି ବଞ୍ଚିବାକୁ ସଂଘର୍ଷ କରି ଶେଷରେ ଜୀବନ ହରାଇଥିଲା । ଏହି ଘଟଣା ପରେ ପରିବେଶବିତମାନଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।
ଇଟିଭି ଭାରତ, ଜଗତସିଂହପୁର