Watch Video: ମୂର୍ତ୍ତି ବିସର୍ଜନ ବେଳେ ମହିଳାଙ୍କ ଉପରେ ମାଡିଗଲା ଡିଜେ ଗାଡି, 4 ଆହତ - ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/25-10-2023/640-480-19857078-thumbnail-16x9-up.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 25, 2023, 10:54 PM IST
ଲକ୍ଷ୍ନୌ: ଦେବୀ ମା’ଙ୍କ ଭସାଣି ଶୋଭାଯାତ୍ରା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଡିଜେ ଟ୍ରକ । ଏଥିରେ 4 ମହିଳା ଆହତ ହୋଇଛନ୍ତି । ଉତ୍ତର ପ୍ରଦେଶର ଝାନସୀ ଜିଲ୍ଲାର ପୁଞ୍ଚ ପୋଲିସ ଷ୍ଟେସନ ଅଞ୍ଚଳରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଆହତ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ମହିଳା । ଏହି ଅଘଟଣର ଭିଡିଓ କ୍ୟାମେରାରେ କଏଦ ହୋଇଛି । ଆଜି ପୂର୍ବାହ୍ନରେ ଶୋଭାଯାତ୍ରା ଚାଲିଥିବା ବେଳେ ହଠାତ ଡିଜେ ଗାଡିଟି ଶ୍ରଦ୍ଧାଳୁଙ୍କ ଉପରେ ମାଡି ଯାଇଥିଲେ । ଆହତ 4 ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କୁ ସାମାନ୍ୟରୁ ମଧ୍ୟମ ଧରଣର ଆଘାତ ଲାଗିଥିଲା । କେହି ଗୁରୁତର ନଥିବାରୁ ସେମାନଙ୍କୁ ପ୍ରଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ଦୁର୍ଘଟଣା ଭିଡିଓ ଏବେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ