Diwali 2023: ଜଗତସିଂହପୁରର ବିଭିନ୍ନ ସ୍ଥାନରେ ମା' ଶ୍ୟାମାକାଳୀଙ୍କ ଆରାଧନା - ଜଗତସିଂହପୁର ଦୀପାବଳି ପାଳନ
🎬 Watch Now: Feature Video
Published : Nov 12, 2023, 9:05 PM IST
ଜଗତସିଂହପୁର: ଆଜି ପବିତ୍ର ଦୀପାବଳି ଓ କାଳୀପୂଜା । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଚାଲିଛି ମା' କାଳୀଙ୍କ ପୂଜାର୍ଚ୍ଚନା । ଏନେଇ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଦୀପାବଳି ଅବସରରେ ମା'ଙ୍କ ଆରାଧନା କରାଯାଉଛି । ସହରର ବସଷ୍ଟାଣ୍ଡ ଛକ, କୃଷି ଅଫିସ, ପୁରହିତ ପୁର ଛକ ଆଦି ସ୍ଥାନରେ ବିଳମ୍ବିତ ରାତ୍ରରେ ମା' କାଳୀଙ୍କ ପୂଜା ଅନୁଷ୍ଠିତ ହେବ ।
ବିଳମ୍ବିତ ରାତ୍ରରେ ମା'ଙ୍କ ପୂଜା କରାଯିବାର ପରମ୍ପରା ରହିଛି । ଦୀପାବଳୀ ନିଶାର୍ଦ୍ଧରେ ଏହି ପୂଜା ଅନୁଷ୍ଠିତ ହୋଇଥାଏ । ଦୀପାବଳି ରାତ୍ରକୁ ମହରାତ୍ରୀ ମଧ୍ୟ କୁହାଯାଇଥାଏ । ପବିତ୍ରୀ ଦୀପାବଳୀ ଦିନ ମା' ଶ୍ୟାମାକାଳୀଙ୍କୁ ପୂଜା କଲେ ଚର୍ତୁବର୍ଗ ଅର୍ଥାତ ଧର୍ମ, ଅର୍ଥ, କାମ ଓ ମୋକ୍ଷ ଫଳ ମିଳିଥାଏ । ସେହିପରି ପ୍ରତେକ ଦେବୀ ପୀଠରେ ଆଜି ମା' ଶ୍ୟାମାକାଳୀଙ୍କ ପୂଜାର୍ଚ୍ଚନା କରାଯାଉଛି । ଶକ୍ତି ପୀଠମାନଙ୍କରେ ଆଜି ବିଭିନ୍ନ ଦେବୀଙ୍କୁ ମା' ଶ୍ୟାମାକାଳୀଙ୍କ ବେଶରେ ସାଜ୍ଜିତ କରାଯାଇଛି । ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ମଧ୍ୟ ଦୀପାବଳୀ ଓ ଶ୍ୟାମକାଳୀ ପୂଜା ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତ ଆଜି ମା'ଙ୍କୁ ଦର୍ଶନ କରିଥିଲେ । ନିଶାର୍ଦ୍ଧରେ ମା' ଶାରଳାଙ୍କୁ ମହାକାଳୀ ମନ୍ତ୍ରରେ ପୂଜାର୍ଚ୍ଚନା କରାଯିବା ।
ଏହା ମଧ୍ୟ ପଢ଼ନ୍ତୁ.......ଧରାବତରଣ କରିବେ ମା' ଶ୍ୟାମାକାଳୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି
ଇଟିଭି ଭାରତ, ଜଗତସିଂହପୁର