Republic Day 2023: ଖୋର୍ଦ୍ଧାରେ ପାଳିତ ସାଧାରଣତନ୍ତ୍ର ଦିବସ, ପ୍ରଦର୍ଶିତ ହେଲା ୨୦୬ ଫୁଟ୍ ଲମ୍ବ ଜାତୀୟ ପତାକା - ଜାତୀୟ ପତାକା

🎬 Watch Now: Feature Video

thumbnail

By

Published : Jan 26, 2023, 4:32 PM IST

Updated : Feb 3, 2023, 8:39 PM IST

ଖୋର୍ଦ୍ଧା: ଭାରତର ଶେଷ ସ୍ବାଧୀନ ଦୁର୍ଗ ଓ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମର ଏନ୍ତୁଡ଼ିଶାଳ ଖୋର୍ଦ୍ଧା । ଏହି ଖୋର୍ଦ୍ଧା ଗଡ଼ରେ ପ୍ରଥମ ଥର ପାଇଁ ଦିଲ୍ଲୀର ଲାଲ୍ କିଲାରେ ଯେତିକି ଲମ୍ବା ଓ ଓସାରର ଜାତୀୟ ପତାକା ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଉଡ଼ିଥାଏ ସେହି ସମକକ୍ଷ ଜାତୀୟ ପତାକା ପ୍ରଥମ ଥର ପାଇଁ ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଉଡ଼ାଯାଇଛି । ଏହି ଉତ୍ସବରେ ବର୍ଷିୟାନ ସ୍ବାଧୀନତା ସଂଗ୍ରାମୀ , ଜାତୀୟ ନିଶାନିବାରଣ ଅଭିଯାନର ଅନ୍ୟତମ କର୍ଣ୍ଣଧାର , ଗାନ୍ଧୀବାଦୀ ନେତା ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । 

ଖୋର୍ଦ୍ଧା ପାଇକ ବିଦ୍ରୋହକୁ ୨୦୬ ବର୍ଷ ପୂର୍ତ୍ତି ଉପଲକ୍ଷେ ୨୦୬ ଫୁଟ୍ ଲମ୍ବ ଓ ୨୦ଫୁଟ୍ ଓସାରର ଏକ ଜାତୀୟ ପତାକା ଧରି ପାଇକ ବାହିନୀ ଖୋର୍ଦ୍ଧା ଗଡ଼ରୁ ବାହାରି ପାଇକ ପ୍ରତିମୂର୍ତ୍ତି ସ୍ଥଳ ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ 74ତମ ସାଧାରଣତନ୍ତ୍ର ଦିବସ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟର ଖେଳପଡିଆ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଉତ୍ତୋଳନ କରିବା ସହ ପରେଡ ପରିଦର୍ଶନ ସହ ଅଭିବାଦନ ଗ୍ରହଣ କରିଛନ୍ତି ।   

ଏଥିସହ ପରେ କମାଣ୍ଡର ରିଜର୍ଭ ଇନ୍ସପେକ୍ଟର ନଗେସ୍ ଜେନା ନିଜର ଦାୟିତ୍ବ ତୁଲାଇ ଥିଲେ । ଏଥିରେ ପୋଲିସ, ଏନସିସି ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର 42 ଟି ଗ୍ରୁପ ପରେଡ ରେ ଅଂଶଗ୍ରହଣ କରିଛନ୍ତି । ଏହି ଉତ୍ସବ ରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ,ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିଆ, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା  

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.