ଭଦ୍ରକରେ ଜିଲ୍ଲାସ୍ତରୀୟ ମୋ କଲେଜ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ

By

Published : Dec 21, 2022, 10:50 AM IST

Updated : Feb 3, 2023, 8:36 PM IST

thumbnail

ଭଦ୍ରକ: ଜିଲ୍ଲା ସ୍ତରୀୟ ମୋ କଲେଜ ଅଭିଯାନର ଏକ ସମ୍ମିଳନୀ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ରାଜ୍ୟ ସଭାପତି ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୋ କଲେଜ ଅଭିଯାନ ମାଧ୍ୟମରେ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ସଂଶ୍ଲିଷ୍ଟ କରାଯାଇ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଥିବା କଲେଜ ମାନଙ୍କରେ କିପରି ସମୃଦ୍ଧି ଘଟିବ ତାହା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ କଲେଜର ବିକାଶରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଏବଂ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.