thumbnail

By

Published : Jun 3, 2023, 12:07 PM IST

ETV Bharat / Videos

Train Mishap In Odisha: ହସ୍ପିଟାଲରେ ଆହତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର: ବାହାନଗାରେ ଭୟଙ୍କର ରେଳ ଦୁର୍ଘଟଣା ଘଟଣା । ବାଲେଶ୍ବରରେ ପହଞ୍ଚି ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଆହତଙ୍କ ଚିକିତ୍ସା କିପରି ଚାଲିଛି ସେନେଇ ମଧ୍ୟ ପଚାରି ବୁଝିଥିଲେ କେନ୍ଦ୍ରମନ୍ତ୍ରୀ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଘଣ୍ଟାକୁ ଘଣ୍ଟା ମୃତ୍ୟୁ ସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ୨୩୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ଦୁର୍ଘଟଣା ପରେ ରାତି ସାରା ଉଦ୍ଧାର କାର୍ଯ୍ୟ କରାଯାଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି । ଅନ୍ୟପଟେ ଆଜି ସକାଳ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ରେଳ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.