ଶେଷ ହେଲା ମା' ଶାରଳାଙ୍କ ଝାମୁଯାତ୍ରା, ନିଆଁରେ ଚାଲିଲେ ଘଟ ପାଟୁଆ

🎬 Watch Now: Feature Video

thumbnail

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି । ଚୈତ୍ରମାସ ଠାରୁ ଆରମ୍ଭ ହୋଇଥିବା ଦଶ ଘଣ୍ଟ ପାଟୁଆଙ୍କର ବ୍ରତ ଶେଷ ହେବା ସହିତ ନିଆଁରେ ଅଗ୍ନି ପରୀକ୍ଷା ଦେଇଛନ୍ତି ଏହି ବ୍ରତଧାରୀ । ଚୈତ୍ରମାସ ପ୍ରାରମ୍ଭରୁ ମା' ଶାରଳାଙ୍କ ମନ୍ଦିର ପକ୍ଷରୁ ଦଶ ଜଣ ରାଉଳ ସେବକଙ୍କୁ ଘଟ ପ୍ରଦାନ କରାଯାଇଥାଏ । ସେହି ଦଶ ଜଣ ରାଉଳ ସେବକ ମାସ ସାରା ହବିଷ୍ୟାନ୍ନ ଭୋଜନ କରି ଗାଁ ଗାଁରେ ମା'ଙ୍କର ଘଟ ବୁଲାଇ ମହିମା ପ୍ରଚାର କରିଥାନ୍ତି । ନିଜେ ମା' ଆସି ଗାଁ ବୁଲିଲେ ଗ୍ରାମରୁ ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି କେଉଁ ଆବାହମାନ କାଳରୁ ବିଶ୍ୱାସ ରହି ଆସିଛି । 
 

ପଣା ସଂକ୍ରାନ୍ତି ଦିନ ସମସ୍ତ ନୀତିକାନ୍ତି ସମାପନ ପରେ ମା' ଶାରଳାଙ୍କ ଚଳନ୍ତି ବିଗ୍ରହ ବିମାନରେ ବିଜେ କରିଥାନ୍ତି । ପରେ ସମସ୍ତ ଘଣ୍ଟ ପାଟୁଆଙ୍କ ସହ ପୁରାତନ ପୀଠ ଲଣ୍ଡା ଦେଉଳଙ୍କୁ ମା’ ବିଜେ କରିଥାନ୍ତି । ସେଠାରେ ଭୋଗ ସମାପନ ପରେ ବନ୍ଦାପନା କାର୍ଯ୍ୟ କରାଯାଇଥାଏ । ପରେ ଲଣ୍ଡା ଦେଉଳ ସମ୍ମୁଖରେ ଅଗ୍ନି ଲଗାଯାଏ । ସେଠାରେ ଦଶ ଜଣ ଘଣ୍ଟ ପାଟୁଆ ମା'ଙ୍କ ଘଟ ଧରି ନିଆଁରେ ଚାଲିଥାନ୍ତି । ଗତକାଲି ଏହି ଝାମୁଯାତ୍ରା ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହରିବୋଲ ହୁଳହୁଳିରେ କମ୍ପୁଥିଲା ପରିବେଶ  ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.