ବିସ୍ଥାପିତଙ୍କୁ ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

🎬 Watch Now: Feature Video

thumbnail

By

Published : Jun 22, 2023, 10:02 PM IST

ଖୋର୍ଦ୍ଧା: ଜଟଣୀର ରେଳବାଇ ଦ୍ବାରା ବିସ୍ଥାପିତମାନଙ୍କୁ ଥଇଥାନ ଦାବିରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହରରେ ଦୀର୍ଘ ବର୍ଷ ହେଲା ରେଳବାଇ ଜାଗା ଉପରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ରେଳବାଇ କର୍ତ୍ତୃପକ୍ଷ ବିନା ନୋଟିସରେ ଉଚ୍ଛେଦ କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।  ବିନା ନୋଟିସରେ ଉଚ୍ଛେଦ ପ୍ରତିବାଦରେ ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ନେତୃତ୍ବରେ ଶତାଧିକ ବିସ୍ଥାପିତ ବସ୍ତିବାସିନ୍ଦା।

ବିସ୍ଥାପିତଙ୍କ ଥଇଥାନ ଦାବି କରି ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ ବିଧାୟକ। ତୁରନ୍ତ ସେମାନଙ୍କୁ ବାସଗୃହ ଯୋଗାଇଦେବାକୁ ଦାବି କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏଥିରେ ରାଜ୍ଯସଭା ସାଂସଦ ମୁନ୍ନା ଖାନଙ୍କ ସମେତ ଜଟଣୀ ବିକାଶ ପରିଷଦର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ତେବେ ପୌର ପ୍ରଶାସନ ଦ୍ବାରା ସର୍ଭେ କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିବା କହିଛନ୍ତି ସାଂସଦ ମୁନ୍ନା ଖାନ । 


ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.