Republic Day 2023: ପାରମ୍ପରିକ ନୃତ୍ୟରେ ଦୁଲୁକିଲା ଗାନ୍ଧୀ ମାର୍ଗ, ଗର୍ବିତ ନୃତ୍ୟଶିଳ୍ପୀ - ଗାନ୍ଧୀ ମାର୍ଗ
🎬 Watch Now: Feature Video
ଭୁବନେଶ୍ବର: ଆଖି ଚମକିଲା ଭଳି ପରେଡ୍ ପ୍ରଦର୍ଶନ । ଆଖି ଖୋସି ହେଲା ଭଳି କଳା କୌଶଳ । କମ୍ପୁଥିଲା ରାଜଧାନୀର ଗାନ୍ଧୀ ମାର୍ଗ । ଚମକୁଥିଲା ରାଜ୍ୟସ୍ତରୀୟ କାର୍ଯକ୍ରମ । ରାଜଧାନୀର ଗାନ୍ଧୀମାର୍ଗରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କୋଭିଡ ମହାମାରୀ ପରେ ବିନା କଟକଣାରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ଗାନ୍ଧୀମାର୍ଗ ଜନସମୁଦ୍ର ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ପରେଡ୍ ଗ୍ରାଉଣ୍ଡରେ ହକି ବିଶ୍ବକପ ସ୍ଥାନ ପାଇଥିଲା ।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟରେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ଏଥର ପରେଡ୍ କମାଣ୍ଡର ଭାବେ କେସିଙ୍ଗା ଏସଡିପିଓ ତଥା ଆଇପିଏସ ୟଶ ପ୍ରତାପ ଶ୍ରିମାଲଙ୍କ ନେତୃତ୍ବରେ ୧୯ଟି ସୁରକ୍ଷା ବିଭାଗର ଦଳ ତଥା ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଓ ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍ ଯୋଗ ଦେଇଥିଲେ । ଏଥି ସହ ପ୍ରଥମ ଥର ନାଭାଲ ବ୍ୟାଣ୍ଡ ବାଦ୍ୟ ପରିବେଷଣ କରୁଥିଲା । ଏହା ସହ ପୋଲିସ ୨୫ଟି ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଭାଗ ନେଇଛନ୍ତି ।
ଏଥି ସହ ମହର୍ଶି ଡେୟାର ଡେଭିଲ ଟିମ୍ ସହ ଓଡ଼ିଶା ସ୍କେଟିଂ ଓ ପାରମ୍ପରିକ ବାଦ୍ୟ ନୃତ୍ୟରେ ରାୟଗଡ଼ା, ଗଞ୍ଜାମ ଓ ବୌଦ୍ଧ ମୋଟ ୪ଟି ଦଳ ସହ ୯ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ହୋଇଥିଲା । ୮ଟି ବିଭାଗ ତଥା କୃଷି ବିଭାଗ, ସ୍ବାସ୍ଥ୍ୟ, ଶିକ୍ଷା, ପଞ୍ଚାୟତିରାଜ, ବୟନ ତଥା ହସ୍ତତନ୍ତ୍ର, ପୂର୍ତ୍ତ ବିଭାଗ ସହ ପର୍ଯ୍ୟଟନ ବିଭାଗର ବିକାଶର ଚିତ୍ରକୁ ପ୍ରଜ୍ଞାପନ ମେଢ ଭାବେ ପ୍ରଦର୍ଶିତ ହେବା ସହ ଓଏମସିର ମଧ୍ୟ ସାମାଜିକ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରାଯାଇଥିଲା ।
ଇଟିଭି ଭାରତ, ଭୁବନେଶ୍ବର