ବାଲିଯାତ୍ରାରେ ଦହିବରାର ମଜା, ଷ୍ଟଲ ଆଗରେ ଜମୁଛି ଭିଡ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 3, 2023, 12:56 PM IST

କଟକ: ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ହେଲେ ଖାଦ୍ୟପ୍ରେମୀଙ୍କ  ପେଟ କଥା ବୁଝିବା ପାଇଁ ଦହିବରାର କ୍ରେଜ କମିନି । ବୁଲାବୁଲି, କିଣାକିଣି ଆଉ ଦୋଳିଖେଳ ଖାଲି ମନକୁ ସରାଗ। ହେଲେ ପାଟି ଓ ପେଟ ଖୋଜୁଥାଏ ବାଲିଯାତ୍ରାର ଫୁଡ୍‌ଷ୍ଟଲ୍‌କୁ। ହେଲେ ସମସ୍ତଙ୍କ ମନ ଖୋଜିଥାଏ ଦହିବରାକୁ  । ଦହିବରା ଖାଇ  ଯାତ୍ରା ବୁଲିବାର ମଜା କିନ୍ତୁ ଅଲଗା। ଏପରିସ୍ଥଳେ ଯେଉଁଠି ସବୁ ଦହିବରା ବିକ୍ରି ହେଉଛି ତାହା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକର ପରିବେଷ ମଧ୍ୟରେ କରାଯାଉଛି। ଯାହାଦ୍ୱାରା ଲୋକମାନେ ବେଶି ଆକୃଷ୍ଟ ହେଉଛନ୍ତି ଦହିବରା ଖାଇବା ପାଇଁ ।  ଏହାସହ କଟକରେ ଯେଉଁ ଦହିବରାର ବାସ୍ନା ତାହା ମଧ୍ୟ ନିଆରା । ତେବେ ବାଲିଯାତ୍ରାକୁ ଲକ୍ଷ ଲକ୍ଷ ଲୋକ ଆସୁଥିବା ବେଳେ ଦହିବରାର ବି ମଜା ନେଉଛନ୍ତି  ।  

ଏହା ମଧ୍ୟ ପଢନ୍ତୁ - ବାଲିଯାତ୍ରା ୨୦୨୩: ଚୁରନ ଷ୍ଟଲ ଆଗରେ ଦର୍ଶକଙ୍କ ଭିଡ଼, ଶରୀର ପାଇଁ ଏହା କେତେ ଉପଯୋଗୀ ?

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.