ସାଇବର ସୁରକ୍ଷା ଅଭିଯାନ ଉଦଯାପିତ,ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନତା - ବୌଦ୍ଧ ଖବର
🎬 Watch Now: Feature Video
Published : Oct 15, 2023, 10:58 PM IST
ବୌଦ୍ଧ:ରାଜ୍ୟରେ ସାଇବର ଅପରାଧକୁ ରୋକିବା ପାଇଁ ସରକାର ସାଇବର ସୁରକ୍ଷା ସଚେତନା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମ ଦୀର୍ଘ ୧୫ ଦିନ ଧରି ଚାଲିଥିବା ବେଳେ ଆଜି ସାରା ରାଜ୍ୟରେ ଉଦଯାପିତ ହୋଇଛି । ସେହିଭଳି ବୌଦ୍ଧ ଜିଲ୍ଲାରେ ମଧ୍ୟ ସାଇବର ସୁରକ୍ଷା ଅଭିଯାନ ସମାପନ ହୋଇଛି । ପୋଲିସ ପକ୍ଷରୁ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଲୋକଙ୍କୁ ଏନେଇ ସଚେତନ କରାଯିବା ସହିତ ପଥପ୍ରାନ୍ତ ନାଟକ, ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନା କରାଯାଇଥିଲା ।
ଜିଲ୍ଲାରେ ସାଇବର କ୍ରାଇମ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଲୋକଙ୍କ ସରଳତାର ସୁଯୋଗ ନେଇ ତଥା ସଚେତନତା ଅଭାବରୁ ଏଭଳି ସାଇବର ଠକ ଲୁଟିବାରେ ଲାଗିଛନ୍ତି । ବିଶେଷ ଭାବରେ ମୋବାଇଲ ବ୍ୟାଙ୍କିଙ୍ଗ,ଓଟିପି, ଅନଲାଇନ ସପିଙ୍ଗ ଭଳି କାର୍ଯ୍ୟରେ ସାଇବର କ୍ରାଇମ ହେବାର ସମ୍ଭାବନା ରହିଥିବା ବେଳେ ଏନେଇ ସଚେତନ ରହିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ସାଇବର ଠକାମୀ ରୋକିବା ପାଇଁ କୋରାପୁଟ ପୋଲିସର ସଚେତନତା ଯାତ୍ରା
ସାଇବର ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗଣଦୌଡ, ନୃତ୍ୟ ନାଟକ, ଆଲୋଚନା, ପଦଯାତ୍ରା ସହାୟତାରେ ଲୋକଙ୍କୁ ସଚେତନ କରାଯାଇଥିଲା । ଉଦଘାଟନ ଦିବସରେ ଜିଲ୍ଲାପାଳ, ଏସପି ଯୋଗ ଦେଇ ସାଇବର ଠକଙ୍କ ଠାରୁ ଦୂରରେ ରହିବାକୁ ବିଭିନ୍ନ ଉପାୟ ସମ୍ପର୍କରେ ସୂଚନା ଦେଇଥିଲେ । ସେହିପରି ଆଜି ଏହି ସାଇବର ସୁରକ୍ଷା ଅଭିଯାନ ଉଦଯାପିତ ହୋଇଛି । ଏଥିରେ ବୌଦ୍ଧ ଏସପି ସପତ୍ନୀକ ଯୋଗ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ ।
ଇଟିଭି ଭାରତ,ବୌଦ୍ଧ