thumbnail

By

Published : Aug 23, 2022, 2:20 PM IST

Updated : Feb 3, 2023, 8:27 PM IST

ETV Bharat / Videos

କଟକରେ କଂଗ୍ରେସର ଚେତାବନୀ, ଦରଦାମ କମାଅ ନଚେତ ଆଗକୁ ଲଢେଇ ଜୋରଦାର

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଗର୍ଜିଲା କଂଗ୍ରେସ । ମହଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କଟକର ପ୍ରମୁଖ ଛକ ଭ୍ରମଣ କଲା କଟକ ନଗର କଂଗ୍ରେସ । କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟରେ ବିଜେଡି ସରକାର ଏହି ଦରଦାମ ବୃଦ୍ଧିର ମୁଖ୍ୟ କାରଣ । କୋଭିଡ଼ ପରେ ଲୋକେ ଆର୍ଥିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଦୂରାବସ୍ଥା ଦେଇ ଗତି କରୁଛନ୍ତି । ଏହାରି ଭିତରେ ନିତ୍ୟ ବ୍ୟବହାର ସମସ୍ତ ସାମଗ୍ରୀର ଦାମ ହୁ ହୁ ହୋଇ ବଢିବା ଲୋକଙ୍କ ପାଇଁ ପାଲଟି ଯାଇଛି ଅଭିଶାପ । ତେବେ ଏପରି ସ୍ଥଳେ ଦରଦାମ ଉପରେ ରୋକ ଲଗାଇବା ପାଇଁ ଏଭଳି ଢଙ୍ଗରେ କଂଗ୍ରେସ ଆରମ୍ଭ କରିଛି ଆନ୍ଦୋଳନ । ଯଦି ଆଗାମୀ ଦିନରେ ଦରଦାମ ବୃଦ୍ଧି ଉପରେ ସରକାର ନଜର ନ ଦିଅନ୍ତି ତେବେ ୨୦୨୪ ନିର୍ବାଚନରେ ଏହାର ଉଚିତ ଜବାବ ଲୋକେ ଦେବେ ବୋଲି କଂଗ୍ରେସ ଦାବି କରିଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.