ଏକାମ୍ର କ୍ଷେତ୍ରରେ ଭୂମି ପୂଜନ ଉତ୍ସବ; ମନମୋହିଲା ଶିବ ତାଣ୍ଡବ - ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ
🎬 Watch Now: Feature Video
ଭୁବନେଶ୍ବର: ନୂଆ ରୂପ ପାଇବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ବଦଳିବ ଏକାମ୍ର କ୍ଷେତ୍ରର ରୂପରେଖ । ଏନେଇ ୩ ଦିନ ଧରି ଲିଙ୍ଗରାଜ ମନ୍ଦିର ନିକଟରେ ହେବାକୁ ଥିବା ଯଜ୍ଞ ଓ ଭୂମିପୂଜନ ଉତ୍ସବ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଏମସି ମାର୍କେଟ କମ୍ପ୍ଲେକ୍ସ ଠାରେ ଦର୍ଶକଙ୍କ ମନୋରଞ୍ଜନ ଲାଗି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ’ର ବ୍ୟବସ୍ଥା ହୋଇଛି । ପ୍ରଥମ ଦିନ ସନ୍ଧ୍ୟା ୮ଟା ସୁଦ୍ଧା ଏହି ଶୋ’ ଆରମ୍ଭ ହେବାକୁ ଥିବାବେଳେ ବର୍ଷା ଯୋଗୁଁ ଶୋ' ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ସେହିପରି ଲିଙ୍ଗରାଜ ନିର୍ମାଣର ପୌରାଣିକ ପୃଷ୍ଠଭୂମି ସହ ଶିବ ତାଣ୍ଡବକୁ ଚମତ୍କାର ଢଙ୍ଗରେ ପରିବେଷଣ କରାଯାଇଥିଲା । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ମହାଦେବଙ୍କ ଉପରେ ଆଧାରିତ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଶତାଧିକ ସଂଖ୍ୟାର ଶ୍ରଦ୍ଧାଳୁ ସେଠାରେ ଉପସ୍ଥିତ ରହି ଏହି ଲାଇଟ ଶୋ' ଓ ଶିବ ତାଣ୍ଡବର ମଜା ନେଇଥିଲେ । ତେବେ ୨୮ ତାରିଖ ସନ୍ଧ୍ୟା ଯାଏ ମାର୍କେଟ କମ୍ପ୍ଲେକ୍ସରେ ଏହି କାର୍ଯ୍ୟକ୍ରମ ଜାରି ରହିବ ।
ଏହା ମଧ୍ୟ ପଢନ୍ତୁ- ଏକାମ୍ର ପ୍ରକଳ୍ପ ଭୂମି ପୂଜନ ଉତ୍ସବ ଆରମ୍ଭ, ଆଜି ଯଜ୍ଞରେ ସାମିଲ ହେବେ ଗଜପତି ମହାରାଜା
ଅନ୍ୟପଟେ ଆଜି ଓ ଆସନ୍ତାକାଲି ୨ ଦିନ ଧରି ସନ୍ଧ୍ୟା ୫.୩୦ରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଲିଙ୍ଗରାଜ ମନ୍ଦିରର ଦକ୍ଷିଣ ପାର୍ଶ୍ବରେ ଭଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ପ୍ରାୟ ୮୦ ଫୁଟର ଷ୍ଟେଜ୍ ହୋଇଥିବା ବେଳେ ଏଥିରେ ହରିହରନ୍, ଅନନ୍ତ ସୁବ୍ରମଣି, ଅଭିଲିପ୍ସା ପଣ୍ଡା, ଆନନ୍ଦ ନନ୍ଦ, ନୀଳାଦ୍ରି କୁମାର ଏବଂ ଅନ୍ୟ ସୁନାମଧନ୍ୟ କଳାକାର ଭଜନ ପରିବେଷଣ କରିବେ।
ଇଟିଭି ଭାରତ, ଭୁବନେଶ୍ବର