ଅକ୍ଷୟ ତୃତୀୟାରେ ଜମୁଛି ଅଳଙ୍କାର ବେପାର, ସୁନା ଦୋକାନ ମୁହାଁ ରାଜଧାନୀବାସୀ

🎬 Watch Now: Feature Video

thumbnail

By

Published : Apr 23, 2023, 3:53 PM IST

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନଟି ହେଉଛି ଶୁଭ ଅନୁକୂଳର ମହାପର୍ବ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଅକ୍ଷୟର ଶବ୍ଦର ଅର୍ଥ ହେଉଛି ଅନନ୍ତ ବା ଅନ୍ତହୀନ । ଏଥିପାଇଁ ଏହିଦିନଟି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ । ଏହିଦିନ ସମସ୍ତ ନୂତନ କାର୍ଯ୍ୟର ଆରମ୍ଭ ହୋଇଥାଏ । ତେବେ ବିଶ୍ଵାସ ରହିଛି ଆଜିର ଦିନରେ ଧାତବ ଅଳଙ୍କାର ବା ସୁନା ରୂପା କିଣିଲେ ଶୁଭ ହୋଇଥାଏ । ଘରର ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ । ଏହି ବିଶ୍ବାସକୁ ନେଇ ଭୁବନେଶ୍ବରର ବିଭିନ୍ନ ଅଳଙ୍କାର ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଅକ୍ଷୟ ତୃତୀୟା ଓଡିଶାର ନିଜସ୍ବ ପର୍ବ ହୋଇଥିବା ବେଳେ ଏହି ଦିନଟି ଓଡ଼ିଶାର ପରିବେଶ ପାଇଁ ମଧ୍ୟ ବେଶ ଶୁଭ ଦାୟକ ଓ ଅନୁକୂଳ ହୋଇଥାଏ । ସେଥିପାଇଁ ଆଜିର ଦିନରେ ଅକ୍ଷିମୁଠି ସହ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ମଧ୍ୟ ହୋଇଥାଏ । ତେବେ ଅକ୍ଷୟ ତୃତୀୟାର ଶୁଭ ଯୋଗ ଏବଂ ଶୁଭ ମୁହୂର୍ତ୍ତ ପାଇଁ ବିଶ୍ବାସ ରହିଛି ଆଜିର ଦିନରେ ଘରକୁ ସୁନା ରୂପା ଅଳଙ୍କାର କିଣିଲେ ଶୁଭ ହୋଇଥାଏ । ଘରର ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ । ତେଣୁ ଆଜିର ଦିନରେ ସୁନା ଅଳଙ୍କାର କିଣିବା ପାଇଁ ରାଜଧାନୀର ସୁନା ଦୋକାନଗୁଡିକରେ ପ୍ରବଳ ଭିଡ ଲାଗିଛି । ଗ୍ରାହକମାନେ ଭୁବନେଶ୍ବରରେ ଥିବା ସୁନା ଅଳଙ୍କାର ଦୋକାନଙ୍କୁ ଯାଇ ସୁନା ଓ ରୂପାର ଅଳଙ୍କାର କିଣିନେଉଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.