World Cup 2023: ଲକ୍ଷ୍ନୌରେ ଟିମ୍ ଇଣ୍ଡିଆ, 29ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା - ଭାରତ ବନାମ ଇଂଲଣ୍ଡ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/26-10-2023/640-480-19859071-thumbnail-16x9-kkf.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 26, 2023, 12:19 PM IST
ଲକ୍ଷ୍ନୌ: ଆଇସିସି କ୍ରିକେଟ ବିଶ୍ବକପ 2023ର 13ତମ ସଂସ୍କରଣରେ ଭାରତ ଅପରାଜେୟ ରହିଛି । ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ ,ବାଂଲାଦେଶ ଓ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଲଗାତାର 5ଟି ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଦଳ ଫୁଲ ଫର୍ମରେ ରହିଛି । ଆସନ୍ତା 29 ତାରିଖରେ ଦଳ ଡିଫେଣ୍ଡିଂ ଚମ୍ପିଆନ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ । ଲକ୍ଷ୍ନୌର ଏକ୍କନା ଷ୍ଟାଡିମୟରେ ଏହି ମ୍ୟାଚ ଖେଳାଯିବ । ଏନେଇ ଭାରତୀୟ କ୍ରିକେଟ ଦଳ, ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଓ କୋଚ ଷ୍ଟାଫ ସମସ୍ତେ ଲକ୍ଷ୍ନୌରେ ପହଞ୍ଚିଛନ୍ତି । ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରି ଦଳ ବିଜୟଧାରା ବିଜାୟ ରଖିବାକୁ ପ୍ରୟାସ କରିବ । ଆଜି ଏକନ୍ନା ଷ୍ଟାଡିୟମରେ ଅଭ୍ୟାସ କରିବ ଟିମ ଇଣ୍ଡିଆ । ଇଂଲଣ୍ଡ ଦଳ ଆଜି ବେଙ୍ଗାଲୁରୁ ବିପକ୍ଷରେ ଏକ ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଦଳ ଲକ୍ଷ୍ନୌରେ ପହଞ୍ଚିବ । ଲକ୍ଷ୍ନୌରେ ପହଞ୍ଚିବା ପରେ ହୋଟେଲରେ ଭାରତୀୟ କ୍ରିକେଟ ଦଳକୁ ଭବ୍ୟ ସ୍ବାଗତ କରାଯାଇଥିଲା ।
ଏହା ବି ପଢନ୍ତୁ...Cricket World Cup 2023: ଟେନ୍ସନ ବଢ଼ାଇଲେ ପାଣ୍ଡ୍ୟା, ଆଗାମୀ ୨ଟି ମ୍ୟାଚ୍ ଖେଳିବେନି !