Bahuda yatra: ରଥ ଯିବ ଗଡି ଗଡି, ଶ୍ରୀଗୁଣ୍ଡିଚାରେ ଲାଗିଲାଣି ଭକ୍ତଙ୍କ ଗହଳି - ବାହୁଡା ଯାତ୍ରା ଶ୍ରୀଗୁଣ୍ଡିଚାରେ ଭକ୍ତଙ୍କ ଗହଳି
🎬 Watch Now: Feature Video
ପୁରୀ: ଆତୁର ନୟନ ବିଭୋର ମନ । ଶରଧାବାଲିରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ । ଭାବର ଠାକୁର ସେ ଚକାନୟନ, ନନ୍ଦିଘୋଷେ ଦେଖି ଏ ଜୀବନ ହୋଇଛି ଧନ୍ୟ । ବିଶ୍ବ ନିୟନ୍ତାଙ୍କ ବାହୁଡା ଯାତ୍ରା ପାଇଁ କମ୍ପୁଛି ଶ୍ରୀକ୍ଷେତ୍ର । ନବଦିନାତ୍ମକ ଲୀଳା ସାରି ଶ୍ରୀମନ୍ଦିରକୁ ଫେରିବେ ଶ୍ରୀଜିଉ । ଘଣ୍ଟଘଣ୍ଟା ହରିବୋଲ ହୁଳହୁଳିରେ କମ୍ପୁଛି ଶ୍ରୀଗୁଣ୍ଡିଚା ମନ୍ଦିର । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡା ଯାତ୍ରାରେ ନୀତିକାନ୍ତି ଜାରି ରହିଛି । ଧୀରେ ଧୀରେ ଜନସମୁଦ୍ର ହେଲାଣି ଶରଧାବାଲି । ସମୟ ବଢୁଛି ଭକ୍ତଙ୍କ ଗହଳି ଜମୁଛି । ପହଣ୍ଡି ବିଜେ ନୀତି ପରେ ଛେରାପହଁରା ନୀତି ହୋଇଛି । ରଥାରୁଢ ତିନିଠାକୁରଙ୍କୁ ଦେଖି ଧନ୍ୟ ଧନ୍ୟ ହୋଇଛି ଭକ୍ତ । ଶରଧାବାଲିରେ ତିନିଥରେ ରଥାରୁଢ ତିନିଠାକୁରଙ୍କୁ ଦେଖି ନିଜକୁ ସମର୍ପି ଦେଇଛନ୍ତି ଭକ୍ତ । ଭକ୍ତିମୟ ହୋଇଛି ପରିବେଶ । ଚକାନୟନକୁ ଦେଖି ଭିଜିଛି ଭକ୍ତ ଆଖି । ଭିଡିଓରେ ଦେଖନ୍ତୁ ଜଗା ପାଇଁ କିପରି ଜନସମୁଦ୍ର ହୋଇଛି ବଡଦାଣ୍ଡ...