thumbnail

By

Published : Jun 7, 2023, 7:58 PM IST

ETV Bharat / Videos

Coromandel Express: ଦୁର୍ଘଟଣା ପରେ ପ୍ରଥମ ଥର ଶାଲିମାରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ

କୋଲକାତା: ବାଲେଶ୍ବର ବାହାନଗାରେ ଭୟଙ୍କର ଦୁର୍ଘଟଣା ପରେ ଆଜି ପ୍ରଥମ ଥର ଶାଲିମାରରୁ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି କରମଣ୍ଡଳ ଏକ୍ସପ୍ରେସ । ଆଜି ନିର୍ଦ୍ଧାରିତ ସମୟ 3ଟାରେ ଏହି ଟ୍ରେନ୍‌ ଚେନ୍ନାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଦୁର୍ଘଟଣା ପରେ ଏହା ସାଲିମାର ପଟୁ ଏହି ଟ୍ରେନର ପ୍ରଥମ ଯାତ୍ରା । 2 ତାରିଖରେ ଏହି ଦ୍ରୁତଗାମୀ ଟ୍ରେନ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ଏଥିରେ ମୋଟ 288 ଜଣ ପ୍ରାଣ ହରାଇବା ସହ ପ୍ରାୟ 1 ହଜାରରୁ ଅଧିକ ଆହତ ହୋଇଥିଲେ । ଏବେ ମଧ୍ଯ ସମସ୍ତ ମୃତଦେହ ଚିହ୍ନଟ ଓ ହସ୍ତାନ୍ତରଣ ହୋଇପାରିନାହିଁ । କରମଣ୍ଡଳ ଏକ୍ସପ୍ରେସ, ଯଶୋବନ୍ତପୁର ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ ଓ ଲୁପ୍‌ ଲାଇନରେ ଛିଡ଼ା ହୋଇଥିବା ଏକ ମାଲଗାଡି ମଧ୍ୟରେ ତ୍ରିକୋଣୀୟ ଦୁର୍ଘଟଣା ଘଟିଥିଲା । ଏହାର ତଦନ୍ତ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ପ୍ରାୟ 50 ଘଣ୍ଟାରୁ ଅଧିକ ସମୟ ଧରି ପୁନରୁଦ୍ଧାର କାର୍ଯ୍ୟ ପରେ ଏହି ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିଲା । ଅଧିକ ପଢନ୍ତୁ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.