ରେଳ ଲାଇନ ସ୍ବାଭାବିକ, ଦୁର୍ଘଟଣା ସ୍ଥଳ ଦେଇ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ

By

Published : Jun 6, 2023, 5:28 PM IST

thumbnail

ବାଲେଶ୍ବର: ଜିଲ୍ଲାର ବାହାନଗା ଷ୍ଟେସନ ନିକଟରେ ହୋଇଥିବା ରେଳ ଦୁର୍ଘଟଣାକୁ ପୁରିଛି ୪ ଦିନ। କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ମାଲବାହୀ ଟ୍ରେନ ଉପରେ ଚଢିଯିବା ଓ ବିପରୀତ ଦିଗରୁ ଆସୁଥିବା ଯଶବନ୍ତପୁର-ହାୱଡା ଟ୍ରେନର ବଗିରେ ଧକ୍କା ହେବା ଫଳରେ ଏକ ବଡ଼ ଦୁର୍ଘଟଣା ହୋଇଥିଲା ।  ଏହି ଘଟଣାର ୫୧ ଘଣ୍ଟା ମଧ୍ୟରେ ରେଳ ଲାଇନ ଠିକ କରାଯାଇଥିଲା ।  ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ତତ୍ତ୍ବାବଧାନରେ ରେଳ ଲାଇନ ମରାମତି କରାଯାଇଥିଲା ।  ତେବେ ଦୁର୍ଘଟଣାର ୪ ଦିନ ପରେ ପୁଣି ସେହି କରମଣ୍ଡଳ ଟ୍ରାକରେ ଚାଲିଛି ।  ଯାତ୍ରୀଙ୍କୁ ନେଇ ପୁଣି ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ ।  ଏହାରି ଭିତରେ ଟ୍ରେନ ଯାତ୍ରୀଙ୍କ ମନରେ ଟିକେ ଭୟ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଭଗବାନଙ୍କୁ ସ୍ମରଣ କରି ସେଦିନ ଧ୍ବଂସଲୀଳା ରଚିଥିବା କରମଣ୍ଡଳ ଟ୍ରେନରେ ଯାତ୍ରୀମାନେ ପାଦ ରଖିଥିଲେ । ଗତକାଲିଠୁ ଉକ୍ତ ଟ୍ରାକରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଥିବା ବେଳେ ଆଜି ଗଡ଼ିଛି କରମଣ୍ଡଳ ଏକ୍ସପ୍ରେସ । 

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.