ମିଲେଟ ମିଶନ ସମ୍ମିଳନୀକୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ ଟୁଡୁ - କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ
🎬 Watch Now: Feature Video

Published : Nov 9, 2023, 9:57 PM IST
ବାଲେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ସବୁ ଯୋଜନା ଭଳି କେନ୍ଦ୍ର ସରକାରଙ୍କ ମିଲେଟ ମିଶନକୁ ମଧ୍ୟ ହାଇଯାକ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପରିକି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରାଜ୍ୟ ସରକାର ହାଇଯାକ କରୁଥିବା କଥା ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନାକୁ ନିଜ ନାଁରେ କରି ଲୋକଙ୍କ ବାହାବାହା ନେବାକୁ ବସିଛନ୍ତି ରାଜ୍ୟ ସରକାର। ସବୁ କେନ୍ଦ୍ରୀୟ ଯୋଜନାକୁ ଏଭଳି ହାଇଯାକ କରି ସବୁଥିରେ ମୁଖ୍ୟମନ୍ତ୍ରୀ ଙ୍କ ଫଟୋ ଲଗାଯାଇଛି। ଏସବୁ ପାଇଁ ଅନୁଦାନ ଅର୍ଥ କଣ କେବଳ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ବୋଲି ପ୍ରଶ୍ନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଟଙ୍କା ଦେଇନାହାନ୍ତି କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମିଲେଟ ବୋଲି କଣ ଦେଖିଛନ୍ତି ନା ଜାଣିଛନ୍ତି ଆଗ କୁହନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ସବୁଥିରେ ମିଛ ନାଁ ନେବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର।
ଇଟିଭି ଭାରତ, ବାଲେଶ୍ୱର