thumbnail

By

Published : May 13, 2023, 4:31 PM IST

ETV Bharat / Videos

Rathakhala Halchal: ତିନି ରଥର 30ଟି ଚକ ନିର୍ମାଣ ଶେଷ

ପୁରୀ: ପାଖେଇ ଆସୁଛି ବିଶ୍ୱନିୟନ୍ତା ଘୋଷଯାତ୍ରା । ବିଶ୍ବବ୍ରହ୍ମାଣ୍ଡଙ୍କ ବଡ ଯାତ୍ରା ପାଇଁ ଅକ୍ଷୟ ତୃତୀୟାରୁ ବିଧି ଅନୁସାରେ ଚାଲିଛି ରଥ ନିର୍ମାଣ । ଭୋଇ କମାର ସମେତ ବିଭିନ୍ନ ସେବକ ମାନେ ପ୍ରଭୁଙ୍କ ରଥ ନିର୍ମାଣରେ ନିମଗ୍ନ । ସକାଳୁ ସଂଧ୍ୟା ଯାଏଁ ଶ୍ରୀକ୍ଷେତ୍ର ପୁରୀ ରଥଖଳା ଚଳଚଞ୍ଚଳ । ଗତକାଲି ଭଉଁରୀ ତିଥିରେ ବିଧି ଅନୁଯାୟୀ ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ ହୋଇଥିଲା । ଏହା ପରେ ତିନି ରଥ ନିର୍ମାଣ କାର୍ଯ୍ୟକୁ ଜୋରଦାର କରାଯାଇଛି । ବିଶ୍ଵକର୍ମା ମହାରଣାମାନେ ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପାଇଁ କାର୍ଯ୍ୟ ଆଗେଇ ନେଉଛନ୍ତି । 30ଟି ଚକ ଇତି ମଧ୍ୟରେ ନିର୍ମାଣ ସରିଛି । ରଥ ପାଇଁ ଆବଶ୍ୟକ ଥିବା ଚଉତା କାର୍ଯ୍ୟ ଚାଲୁ ରହିଛି । ଏଥି ପାଇଁ ମହାରଣାଙ୍କୁ ଭୋଇ ସେବକମାନେ ରଥ ଖଳାକୁ କାଠ ଯୋଗାଇ ଦେଉଛନ୍ତି ।

ସେହିପରି ରଥ ପାଇଁ ଅଖ, ପରେ ଦଣ୍ଡା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପଟେ ରୂପକାର ସେବକ ମାନେ କଣଗୁଜ କାର୍ଯ୍ୟ ଜାରି ରଖିଛନ୍ତି । ଏହା ପରେ ତିଖ ଗୁଜ, ସିଂହାସନ କାର୍ଯ୍ୟ ଆରମ୍ଭ ହେବ । ଏହା ସରିବା ପରେ ପଟା ଗୁଜ, ନାଟଗୋଡ, ଇସ ଯୁଆଳି କାର୍ଯ୍ୟ ହେବ। ବର୍ତ୍ତମାନ ସିଂହ ବିରାଳ ଖୋଦେଇ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ପରେ ଗଜ ବୀରାଳ, ନର ବିରାଳ କାର୍ଯ୍ୟ ହେବ । ସେହିପରି ଦୋଳବେଦୀ କୋଣରେ କମାର ସେବକ ମାନେ ପନ୍ଦାରୀ, ପନ୍ଦାରୀ ଚାବି ଓ ବଳା ନିର୍ମାଣ ରେ ଲାଗିଛନ୍ତି।

ଇଟିଭି ଭାରତ, ପୁରୀ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.