thumbnail

By ETV Bharat Odisha Team

Published : Sep 17, 2023, 12:52 PM IST

ETV Bharat / Videos

PM Modi 73rd birthday: ମୋଦି ଦୀର୍ଘାୟୁ କାମନା କରି ଗଙ୍ଗାରେ ପୂଜାର୍ଚ୍ଚନା

ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଭିନ୍ନ ଭିନ୍ନ ଶୈଳୀରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ । ଏହାରି ମଧ୍ୟରେ ମୋଦିଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ବାରଣାସୀରେ ଆନନ୍ଦ ଏବଂ ଉତ୍ସାହରେ ଜନ୍ମଦିନ ପାଳନ କରାଯାଉଛି । ସକାଳୁ କାଶୀର ଶତାଧିକ ଲୋକ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା କରିଥିଲେ । ବୈଦିକ ବ୍ରାହ୍ମଣମାନେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମନା କରି କାଶୀ ସ୍ଥିତ ଅହିଲ୍ୟାବାଇ ଘାଟରେ ମନ୍ତ୍ର ଜପ କରି ୭୩ ଲିଟର କ୍ଷୀରରେ ମାଆ ଗଙ୍ଗାକୁ ଅଭିଷେକ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଡକ୍ଟର ନୀଲକାନ୍ତ ତିୱାରୀ କହିଛନ୍ତି ଯେ, "କାଶୀର ପ୍ରତ୍ୟେକ ବ୍ୟକ୍ତିଙ୍କର ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ନେହ ରହିଛି । ପ୍ରତ୍ୟେକ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଜୀବନ ପାଇଁ କାମନା କରନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମାତା ଗଙ୍ଗାଙ୍କୁ ବୈଦିକ ବ୍ରାହ୍ମଣମାନେ କାଶୀ ସ୍ଥିତ ଅହିଲ୍ୟାବାଇ ଘାଟରେ ପୂଜା କରିଛନ୍ତି ।" 

ଏହା ମଧ୍ୟ ପଢନ୍ତୁ- PM MODI @73: ପ୍ରଧାନମନ୍ତ୍ରୀଙ୍କ ପାଇଁ ଲମ୍ବା ବାର୍ଥ ଡେ କାର୍ଡ, ଶୁଭେଚ୍ଛା ଜଣାଇଲେ ଦୃଷ୍ଟିବାଧିତ ପିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.