thumbnail

କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ମାଡ ମାରିବା ଭିଡିଓ, ମିଛ କହିଲା କଂଗ୍ରେସ

By

Published : Jul 23, 2023, 3:48 PM IST

ଭୁବନେଶ୍ବର: ନିକଟରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡିଓ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । କଂଗ୍ରେସ ଭବନରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁଙ୍କୁ ମାଡ଼ ଓ ଗାଳି ଦିଆଯାଉଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ କେବେକାର ଜଣା ପଡୁନଥିବା ବେଳେ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମାକର ଗ୍ରୁରୁ । ସେ କହିଛନ୍ତି, "ଭିଡିଓ ମୁଁ ଦେଖି ନାହିଁ । ମୁଁ ସକାଳୁ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଅଛି । ଭିଡିଓ ଦେଖିବା ପରେ ମୁଁ ପ୍ରେସମିଟ୍‌ କରି ଜଣେଇବି ।" ସେପଟେ ଗୋଟିଏ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଟିଆରପି ପାଇଁ କିଛି ବର୍ଷ ତଳର ଭିଡିଓ ଚଳାଉଥିବା ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ । ଭିଡିଓଟି ଭୁଲ ମନଇଚ୍ଛା ଭିଡିଓ ଚଲାନ୍ତୁ ନାହିଁ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ଏହା ବି ପଢନ୍ତୁ...କଂଗ୍ରେସ ଫୋକସ୍‌ରେ ୧୦୦ ଆସନ, 5T ସଚିବଙ୍କୁ ଟାର୍ଗେଟ୍‌ କଲେ ଚେଲ୍ଲା କୁମାର

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.