ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ବିଧାନସଭା ଓ ଶଙ୍ଖ ଭବନ ଯିବ ସୂର୍ଯ୍ୟଙ୍କ ମର ଶରୀର

By ETV Bharat Odisha Team

Published : Sep 2, 2023, 10:57 PM IST

thumbnail

ଭୁବନେଶ୍ବର: ପରଲୋକରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସୂର୍ଯ୍ୟ ନାରାୟଣଙ୍କୁ ଆସନ୍ତାକାଲି ପୂର୍ବାହ୍ନରେ ଶେଷ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରେ ସୂର୍ଯ୍ୟଙ୍କ ମୃତଦେହ ବିଧାନସଭା ଓ ଶଙ୍ଖ ଭବନ ଯିବ । ସେଠାରେ ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବେ ସହଯୋଗୀ ଓ ସମର୍ଥକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ବିଜେଡି ନେତା ଓ ବିଧାୟକ ଶେଷ ଦର୍ଶନ କରିଛନ୍ତି । ଶନିବାର ସନ୍ଧ୍ୟା ୭ଟା ୩୦ରେ ଆଖି ବୁଜିଥିଲେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ । ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକଟରୁ ନିର୍ବାଚନ ଲଢି ହୋଇଥିଲେ ବିଧାୟକ । ରାଜନୀତି ଜୀବନରେ ମୋହନାରୁ 4 ଥର ଦିଗପହଣ୍ଡିରୁ 3 ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ । 1990 ମସିହାରୁ 2019 ଯାଏଁ ଲଗାତାର 7 ଥର ହୋଇଥିଲେ ବିଧାୟକ ।  

ଏହା ବି ପଢନ୍ତୁ- Surya Narayan Patro Demise: ଶୋକ ପ୍ରକାଶ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.