thumbnail

ବେଗୁନିଆରେ ହେବ 100 ଶଯ୍ୟାର ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ଖୁସି ମନାଇଲେ ଅଞ୍ଚଳବାସୀ

By ETV Bharat Odisha Team

Published : Oct 9, 2023, 10:39 PM IST

ଖୋର୍ଦ୍ଧା: ବେଗୁନିଆ ବାସୀଙ୍କ ଦୀର୍ଘଦିନର ଦାବି ପୁରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଞ୍ଚଳବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆଜି 100ଶଯ୍ୟା ବିଶିଷ୍ଟ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ନିର୍ମାଣ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ ଘୋଷଣା ପରେ ବେଗୁନିଆ ବାସୀ ଏହାକୁ ଉତ୍ସାହର ସହ ପାଳନ କରିଛନ୍ତି । ମିଠା ବାଣ୍ଟି ବାଣ ଫୁଟାଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସ୍ୱାଗତ କରିଛନ୍ତି । ବେଗୁନିଆ ତଥା ଏହାର ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ  ଆଞ୍ଚଳିକ ସ୍ୱାସ୍ଥ୍ୟସେବା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବେଗୁନିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମୁଖରେ 50 ଦିନ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ଏବଂ ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସେହିପରି ଏକ କମିଟି ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଲୋଚନା କରି ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି ପୂରଣ ହୋଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ହେଲେ ଆଖପାଖ 15 ରୁ ଉର୍ଦ୍ଧ୍ବ ପଞ୍ଚାୟତର ଦେଢ ଲକ୍ଷ ଲୋକ ଉପକୃତ ହେବେ । 


ଏହା ମଧ୍ୟ ପଢନ୍ତୁ.....ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାବି, ଅନିର୍ଦ୍ଦିଷ୍ଟ କାଳ ପାଇଁ ବେଗୁନିଆ ବଜାର ବନ୍ଦ


ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.