ସାକାର ହେଲା କଳାହାଣ୍ଡିବାସୀଙ୍କ ସ୍ବପ୍ନ, ପ୍ରତିଷ୍ଠା ଦିବସରେ ବିଭିନ୍ନ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Nov 1, 2023, 9:13 PM IST

thumbnail

ଭବାନୀପାଟଣା: ସାକାର ହୋଇଛି କଳାହାଣ୍ଡି ବାସିଙ୍କ ଦୀର୍ଘ ଦିନର ସ୍ବପ୍ନ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି । ମେଡିକାଲ କଲେଜକୁ କଳାହାଣ୍ଡିର ବୀର ଶହୀଦ ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଯୋଡ଼ି ହୋଇଥିଲେ । ଏହି ମେଡିକାଲ କଲେଜକୁ ରାଜ୍ୟ ସରକାର  ୨୦୫ କୋଟି ଟଙ୍କା  ଖର୍ଚ୍ଚରେ ଏକ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ମଧ୍ୟ ନିର୍ମାଣ କରିଛନ୍ତି ।  

ଏହି ହସ୍ପିଟାଲ ହେବା ଫଳରେ ଏଣିକି ଜଟିଳ ରୋଗ ଓ ମଲ୍ଟି ସ୍ପେଶାଲିଟି ଚିକିତ୍ସା ପାଇଁ କଳାହାଣ୍ଡି ବାସିଙ୍କୁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡିବ ନାହିଁ । କଳାହାଣ୍ଡିର ଆଖପାଖ ଜିଲ୍ଲା ଓ ଛତିଶଗଡ଼ ସୀମାନ୍ତର କିଛି ଲୋକ ମଧ୍ୟ ଏହି ମେଡିକାଲ କଲେଜର ସୁବିଧା ପାଇ ପାରିବେ । ଏଥିପାଇଁ କଳାହାଣ୍ଡି ବାସୀଙ୍କ ସହିତ ସ୍ଥାନୀୟ ବିଧାୟକ ଓ ସାଂସଦ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ୩୨୫ କୋଟି ଟଙ୍କା ବିନିଯୋଗ ରେ ୪୩ ଏକର ଜମିରେ ତିଆରି ହୋଇଛି ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜ । ଚଳିତ ବର୍ଷ ଠାରୁ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ୧୦୦ ଜଣ ଛାତ୍ର ଛାତ୍ରୀ ଆଡ଼ମିଶନ ନେଇଛନ୍ତି । 

ଏହାସହ ମୁଖ୍ୟମନ୍ତ୍ରୀ କକଳାହାଣ୍ଡି ବିଶ୍ଵବିଦ୍ୟାଳୟ ପଡ଼ିଆରେ ପହଞ୍ଚି ସେଠାରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ନାମରେ ନାମିତ କରିଛନ୍ତି । ସେପଟେ କଳାହାଣ୍ଡି ବାସୀଙ୍କୁ ରାଜ୍ୟ ସରକାର ୬୩ ଟି ଲକ୍ଷ୍ମୀ ବସ ଭେଟି ଦେଇଛନ୍ତି । ପ୍ରଥମ ଦିନରେ ନିଜେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସରେ ବସି ଭବାନୀପାଟଣା ସହରରୁ ବଳରାମପୁର ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ବିକ୍ୟୁଏସ ଫେସିଲିଟି ର ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଲକ୍ଷ୍ମୀ ବସ ସେବା ଆରମ୍ଭ ହେବା ପରେ କଳାହାଣ୍ଡିବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।  

ଏହା ମଧ୍ୟ ପଢ଼ନ୍ତୁ......ପ୍ରତିଷ୍ଠା ଦିବସରେ ଯୋଜନା ବର୍ଷା, ରୂପାନ୍ତର କ୍ଷେତ୍ରରେ କଳାହାଣ୍ଡି ଆମର ମଡେଲ: ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, କଳାହାଣ୍ଡି  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.