thumbnail

By ETV Bharat Odisha Team

Published : Dec 4, 2023, 3:31 PM IST

ETV Bharat / Videos

କାର ବସ୍‌ ଧକ୍କା: ହୁତୁହୁତୁ ହୋଇ ଜଳିଲା କାର, ବର୍ତ୍ତିଗଲେ ବସ୍‌ଯାତ୍ରୀ

ବେଙ୍ଗାଲୁରୁ: ବସ୍‌କୁ ପଛରୁ ଧକ୍କା ଦେଲା କାର । ରାସ୍ତା ମଝିରେ ହୁତୁ ଦୁତୁ ହୋଇ ଜଳି ଉଠିଲା କାର ।  ଦ୍ରୁତ ବେଗରେ ଆସୁ ଥିବା ଏକ କାର ଏକ ସରକାରୀ ବସକୁ ଫଛରୁ ଧକ୍କା ଦେବାରୁ କାରରେ ନିଆଁ ଲାଗିଯାଇଥିଲା । ଆଜି(ସୋମବାର) ସକାଳୁ ଏଭଳି ଏକ ଭୟାନକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ନୟାନ୍ଦହାଲ୍ଲି ରିଗଂ ରୋଡରେ ।  

ଏହା ମଧ୍ୟ ପଢ଼ନ୍ତୁ.....Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ତେବେ ସରକାରୀ ବସ୍‌କୁ ପଛରୁ ଧକ୍କା ଦେବା ପରେ କାରଟି ହଠାତ ଜଳିବାକୁ ଲାଗିଥିଲା । କାର ଭିତରେ ଥିବା ଲୋକମାନେ ତୁରନ୍ତ ବାହାରକୁ ବାହାରି ପଡିଥିଲେ । ଜୀବନ ବିକଳରେ କାର ବାହାରକୁ ବାହାରିବା ବେଳେ ତିନି ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେପଟେ ବସ ଚାଳକ ଜଣଙ୍କ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବାସକୁ ଆଗକୁ ଚଳାଇ ନେଇଥିଲେ । ଯାହା ଫଳରେ ବସ୍‌ ଯାତ୍ରୀମାନେ ରାକ୍ଷା ପାଇଯାଇଥିଲେ । କାରଟି ବସ୍‌ ପଛକୁ ଧକ୍କା ଦେଇଥିବାରୁ ବସ୍‌ ଚାଳକ କାରଟିକୁ ବସ୍‌ଠାରୁ ଅଲଗା କରିବାକୁ ନାକେଦମ ହୋଇଥିଲେ । ତେବେ ବସ୍‌ ଚାଳକ ଜଣକ ଯାତ୍ରୀମାନଙ୍କୁ ରକ୍ଷା କରିବା ସହ ବସଟିକୁ ମଧ୍ୟ ରକ୍ଷା କରିଥିବା ପ୍ରତ୍ୟାକ୍ଷଦର୍ଶୀମାନେ କହିଛନ୍ତି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.