Chandrayaan-3: ଇତିହାସ ରଚିଲା ଇସ୍ରୋ, ଚାନ୍ଦକୁ ଗଲା ଭାରତର ଚନ୍ଦ୍ରଯାନ; ସଫଳତା ପାଇଁ ଦୀପଦାନ ସହିତ ପୂଜାର୍ଚ୍ଚନା - news on chandrayaan mission

🎬 Watch Now: Feature Video

thumbnail

By

Published : Jul 14, 2023, 4:28 PM IST


ବ୍ରହ୍ମପୁର: ସମସ୍ତ ପ୍ରତୀକ୍ଷାର ଅନ୍ତ ପରେ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ ହୋଇଯାଇଛି । ଚନ୍ଦ୍ରକୁ ଛୁଇଁବା ପାଇଁ  ଇସ୍ରୋ ପକ୍ଷରୁ ଶ୍ରୀହରିକୋଟାରୁ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-୩ । ଦେଶର ଏହି ମିଶନର ସଫଳତା କାମନା କରି ରେଶମ ସହର ବ୍ରହ୍ମପୁରର ଜନସାଧାରଣଙ୍କ ପକ୍ଷରୁ ସହରର କୋର୍ଟପେଟା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଏହି ମିଶନ ସଫଳ ହେଲେ ଭାରତ ଚନ୍ଦ୍ରରେ ପହଞ୍ଚିବାରେ ପୃଥିବୀର ଚତୁର୍ଥ ଦେଶ ହେବାକୁ ଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କ ମନରେ ଦେଖିବାକୁ ମିଳିଛି ଉତ୍ସାହ।

ଏହା ମଧ୍ୟ ପଢନ୍ତୁ...Chandrayaan-3: ଜହ୍ନରେ ଉଡ଼ିବ ତ୍ରିରଙ୍ଗା ! ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା

ଦୀର୍ଘ ଦିନ ଧରି ଉଦ୍ୟମ ଜାରି ରହିଥିବା ବୈଜ୍ଞାନିକମାନଙ୍କ ସମସ୍ତ ପ୍ରୟାସ ସଫଳ ହେବା ପାଇଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ପ୍ରାର୍ଥନା କରାଯାଇଛି । ସମସ୍ତେ ବେଶ ଖିସି ଥିବା କହିବା ସହ ଭଗବାନଙ୍କ ନିକଟରେ ସଫଳତା କାମନା କରିଛନ୍ତି। ତେବେ ଜହ୍ନ ରାଇଜକୁ ପହଞ୍ଚିବା ଭଳି ସଫଳତା ପାଇଁ କେବଳ ଦେଶ କାହିଁକି ସମଗ୍ର ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି । 


ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.